୫ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଆର୍‌ସିସି ଓ ଏବିଇଓଙ୍କ ବଦଳି

ହାଟଡିହୀ,୨୨ା୬ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରୁ ୫ ଜଣ କାର୍ଯ୍ୟନିର୍ବାହୀ ଅଧିକାରୀ ବଦଳି ହୋଇଛନ୍ତି ା କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ତାମଣି ଦାସ ଓ ବିଶ୍ୱନାଥ ବଦ୍ରା ଆନନ୍ଦପୁର, ରମେଶ ଚନ୍ଦ୍ର ମାଝୀ ଓ ଚନ୍ଦ୍ରଶେଖର ସୋରେନ୍‌ ବାଆଁଶପାଳ, ବ୍ୟାସଦେବ ନାୟକ ପାଟଣାକୁ ବଦଳି ହୋଇଛି ା ସେହିପରି ଘସିପୁରାରୁ ଦିଲୀପ କୁମାର ମାଝୀ, ଚିତ୍ତରଞ୍ଜନ ଧୀର, ରଶ୍ମିରଞ୍ଜନ ମହାରଣା ଓ କେନ୍ଦୁଝରରୁ ରାଜେନ୍ଦ୍ର କୁମାର ଦିଘି ପ୍ରମୁଖ ୪ ଜଣଙ୍କର ହାଟଡିହୀକୁ ବଦଳି ହୋଇଛି ା ମୋଟ ଜିଲାରେ ୫୧ଜଣ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଛି ା ଜିଲା ପଞ୍ଚାୟତ ବିଭାଗ ଚିଠି ନଂ. ୮୩୨ ଜିପି(କେ)/୧୩.୬.୨୦୧୯ରେ ନିର୍ଦ୍ଦେଶନାମା ଜାରି ହୋଇଛି ା ଅପରପକ୍ଷେ ହାଟଡିହୀ ଶିକ୍ଷା ଜିଲାର ବିଆର୍‌ସିସି ତପୋଧନ ସ୍ବାଇଁ ଓ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କର ତେଲକୋଇକୁ ବଦଳି ହୋଇଛି ା ତାଙ୍କ ସ୍ଥାନରେ ବିଆରସିସି ଭାବେ ବିନୋଦ ରାଉତ ଓ ଏବିଇଓ ଭାବେ ସୁରଥ ସାହୁ ଶନିବାର ଯୋଗଦାନ କରିଛନ୍ତି ା