୫୧ ବସ୍ତା ଗୁଟ୍‌ଖା ଜବତ, ଜଣେ ଅଟକ

ଶେରଗଡ,୨୧ା୫(ଡି.ଏନ୍‌.ଏ.)- ଶେରଗଡ ପୋଲିସ ଓ ପ୍ରଶାସନ ତହସିଲ ରୋଡରେ ଥିବା ଏକ ଘରୁ ବିପୁଳ ପରିମାଣର ଗୁଟ୍‌ଖା ଓ ଖଇନି ଜବତ କରିଛି। ଜଣେ ବ୍ୟକ୍ତିଙ୍କ ଘରେ ବିପୁଳ ପରିମାଣର ଗୁଟ୍‌ଖା ମହଜୁଦ୍‌ ଥିବା ଖବର ପାଇ ଶେରଗଡ ତହସିଲଦାର ଡ. ଦୟାସିନ୍ଧୁ ପରିଡା, ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ସଦଳବଳ ଚଢାଉ କରିଥିଲେ। ଉକ୍ତ ଘରୁ ୫୧ ବସ୍ତା ଗୁଟ୍‌ଖା ଓ ଖଇନି ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ୯ଲକ୍ଷ ଟଙ୍କା ହେବ ବୋଲି ତହସିଲଦାର କହିଛନ୍ତି। ନଂ.୫୧/୨୦ରେ ମାମଲା ରୁଜୁକରି ପୋଲିସ ଘର ମାଲିକଙ୍କ ପୁଅଙ୍କୁ ଅଟକ ରଖିଛନ୍ତି।