୫୦ ଦିନ ଗଲାନି ୫୦ ଲକ୍ଷର ଅମୃତ ପାର୍କ

ଭଦ୍ରକ ଅଫିସ, ୧୦।୬- ଭଦ୍ରକ ପୌରପାଳିକାର ୨ ନମ୍ବର ୱାର୍ଡ ଅନ୍ତର୍ଗତ ରହଣିଆଠାରେ ପ୍ରତିଷ୍ଠା କରାଯାଇଥିବା ଅମୃତ ପାର୍କକୁ ବର୍ଷେ ନ ପୂରୁଣୁ ସୌନ୍ଦର୍ଯ୍ୟ ହରାଇ ବସିଛି। ପ୍ରାୟ ୫୦ ଲକ୍ଷ ଟଙ୍କାର ଏହି ପାର୍କ ୫୦ ଦିନ ବି ରହିଲାନି। ଦୁଇମାସ ମଧ୍ୟରେ ପାର୍କର ବିଭିନ୍ନ ଅଂଶ ଭାଙ୍ଗିରୁଜି ଯିବା ପୌରପାଳିକାର ନିମ୍ନମାନର କାର୍ଯ୍ୟ ଓ ଅଧିକାରୀଙ୍କ ତଦାରଖ ଅଭାବକୁ ପଦାରେ ପକାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ଯୋଜନା ମୂଳ ଉଦ୍ଦେଶ୍ୟଠାରୁ ଦୂରେଇ ଯାଉଥିବା କୁହାଯାଉଛି।
ଉଲ୍ଲେଖନୀୟ ଯେ, ଭଦ୍ରକ ପୌରାଞ୍ଚଳବାସୀଙ୍କ ଅବସର ବିନୋଦନ ପାଇଁ ଅମୃତ ଯୋଜନା ଅଧୀନରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ଚରମ୍ପା ରହଣିଆଠାରେ ଏକ ଏକର ୪୦ ଡେସିମିଲ ଜାଗାରେ ଅମୃତ ପାର୍କ ନିର୍ମିତ ହୋଇଛି। ୨୦୧୮ ଜୁଲାଇ ୧୯ରେ ତତ୍କାଳୀନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଏହାସହିତ ନିକଟରେ ଥିବା ୧୨ ଏକର ରହଣିଆ ପୋଖରୀରେ ବୋଟିଂ କ୍ଲବ ଏକାଦିନରେ ଉଦ୍‌ଘାଟିତ ହୋଇଥିଲା। ଜିଲାପାଳ ଜ୍ଞାନରଞ୍ଜନ ଦାସ, ତତ୍କାଳୀନ ପୌରପାଳ ମାନସ କୁମାର ମହାନ୍ତି, ଉପାଧ୍ୟକ୍ଷା କୌଶରା ବେଗମ୍‌, ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲ ଓ କାଉନସିଲର ବନ୍ଦନା ରାଉତ, ପ୍ରୀତିଭାରତୀ ନାୟକ ଉପସ୍ଥିତ ଥିଲେ। ପାର୍କ ଉଦ୍‌ଘାଟନ ସମୟରେ ସହରବାସୀ ବେଶ୍‌ ଖୁସିବ୍ୟକ୍ତ କରିଥିଲେ। କିନ୍ତୁ ଦୁଇମାସ ମଧ୍ୟରେ ପାର୍କର ବିଭିନ୍ନ ଅଂଶ ଭାଙ୍ଗିରୁଜି ଗଲା। ପାର୍କ ଏବେ ଅଳିଆଗଦା ପାଲଟିଛି। ବୋଟିଂ କ୍ଲବ ଅକାମୀ ହୋଇପଡ଼ିଛି। ବୋଟିଂ ପାଇଁ ଉଦ୍ଦିଷ୍ଟ ରହଣିଆ ପୋଖରୀ ଦଳରେ ଆଚ୍ଛାଦିତ ହୋଇ ଖେଳପଡ଼ିଆର ଭ୍ରମ ସୃଷ୍ଟି କରୁଛି। ୩ଟି ବୋଟ୍‌ ଏବେ ଉଇ ଲାଗି ନଷ୍ଟ ହେବାକୁ ବସିଛି। ମୁଖ୍ୟ ଆକର୍ଷଣ କୁହାଯାଉଥିବା ବୋଟିଂ କ୍ଲବ ଏତେ ଟଙ୍କା ଖର୍ଚ୍ଚ ପରେ ମଧ୍ୟ କାମରେ ଲାଗିପାରୁନି। ଟୁରିଷ୍ଟ ବୋଟ୍‌ଗୁଡ଼ିକ ଖତ ଖାଉଛି। ସେଠାରେ ନିୟୋଜିତ ଥିବା କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା କାରଣରୁ ପାର୍କରେ ଲାଗିଥିବା ଲାଇଟ୍‌ ସବୁ ଭାଙ୍ଗିରୁଜି ଯାଇଛି। ପାର୍କକୁ ବିଦ୍ୟୁତ୍‌ ସଂଯୋଗ କରୁଥିବା ଟ୍ରାନ୍ସଫର୍ମର ଦୀର୍ଘମାସ ଧରି ପୋଡ଼ିଯାଇଥିବା ଜଣାପଡିଛି। ପିଲାଙ୍କ ଲାଗି ଥିବା ଖେଳ ସାମଗ୍ରୀ ଏତେ ନିମ୍ନମାନର ଥିଲା ଯେ ଦିନେ ଦୁଇଦିନ ମଧ୍ୟ ପିଲା ଖେଳିପାରିଲେ ନାହିଁ। ପାର୍କ ଭିତରେ ଥିବା ଫୁଲୱାରା(ଫାଉଣ୍ଟେନ) ଦିନଟିଏ ମଧ୍ୟ କାର୍ଯ୍ୟକ୍ଷମ ନ ହୋଇ ଅଚଳ ହୋଇଗଲା। ଚେୟାର୍‌ ଓ ଡଷ୍ଟବିନ ଭାଙ୍ଗି ଗଲାଣି। ପାର୍କ ସମ୍ମୁଖରେ କରାଯାଇଥିବା ଟିକେଟ କାଉଣ୍ଟର ଗୃହ କାର୍ଯ୍ୟ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିଲାନି। ଏପରିକି ୫ ମାସ ଧରି ପାର୍କରେ ତାଲା ଝୁଲୁଛି। ନବନିର୍ମିତ ପାର୍କର ଏଭଳି ଅବ୍ୟବସ୍ଥା ପାଇଁ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ପୌରପାଳିକା କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି। ସ୍ଥାନୀୟ ବାସିନ୍ଦା ରଶ୍ମିରଞ୍ଜନ ସାହୁ, ରମେଶ ବେହେରା, ସୁଧାଂଶୁ ଶେଖର ମହାନ୍ତି, ପ୍ରତାପ ନାୟକ ପ୍ରମୁଖ ପାର୍କକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଭଦ୍ରକ ତହସିଲଦାର ପ୍ରଦୀପ ସାହୁଙ୍କୁ ପଚାରିବାରୁ ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ଉକ୍ତ ପାର୍କ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri