୫୦ ଦିନ ଗଲାନି ୫୦ ଲକ୍ଷର ଅମୃତ ପାର୍କ

ଭଦ୍ରକ ଅଫିସ, ୧୦।୬- ଭଦ୍ରକ ପୌରପାଳିକାର ୨ ନମ୍ବର ୱାର୍ଡ ଅନ୍ତର୍ଗତ ରହଣିଆଠାରେ ପ୍ରତିଷ୍ଠା କରାଯାଇଥିବା ଅମୃତ ପାର୍କକୁ ବର୍ଷେ ନ ପୂରୁଣୁ ସୌନ୍ଦର୍ଯ୍ୟ ହରାଇ ବସିଛି। ପ୍ରାୟ ୫୦ ଲକ୍ଷ ଟଙ୍କାର ଏହି ପାର୍କ ୫୦ ଦିନ ବି ରହିଲାନି। ଦୁଇମାସ ମଧ୍ୟରେ ପାର୍କର ବିଭିନ୍ନ ଅଂଶ ଭାଙ୍ଗିରୁଜି ଯିବା ପୌରପାଳିକାର ନିମ୍ନମାନର କାର୍ଯ୍ୟ ଓ ଅଧିକାରୀଙ୍କ ତଦାରଖ ଅଭାବକୁ ପଦାରେ ପକାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ଯୋଜନା ମୂଳ ଉଦ୍ଦେଶ୍ୟଠାରୁ ଦୂରେଇ ଯାଉଥିବା କୁହାଯାଉଛି।
ଉଲ୍ଲେଖନୀୟ ଯେ, ଭଦ୍ରକ ପୌରାଞ୍ଚଳବାସୀଙ୍କ ଅବସର ବିନୋଦନ ପାଇଁ ଅମୃତ ଯୋଜନା ଅଧୀନରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ଚରମ୍ପା ରହଣିଆଠାରେ ଏକ ଏକର ୪୦ ଡେସିମିଲ ଜାଗାରେ ଅମୃତ ପାର୍କ ନିର୍ମିତ ହୋଇଛି। ୨୦୧୮ ଜୁଲାଇ ୧୯ରେ ତତ୍କାଳୀନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଏହାସହିତ ନିକଟରେ ଥିବା ୧୨ ଏକର ରହଣିଆ ପୋଖରୀରେ ବୋଟିଂ କ୍ଲବ ଏକାଦିନରେ ଉଦ୍‌ଘାଟିତ ହୋଇଥିଲା। ଜିଲାପାଳ ଜ୍ଞାନରଞ୍ଜନ ଦାସ, ତତ୍କାଳୀନ ପୌରପାଳ ମାନସ କୁମାର ମହାନ୍ତି, ଉପାଧ୍ୟକ୍ଷା କୌଶରା ବେଗମ୍‌, ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲ ଓ କାଉନସିଲର ବନ୍ଦନା ରାଉତ, ପ୍ରୀତିଭାରତୀ ନାୟକ ଉପସ୍ଥିତ ଥିଲେ। ପାର୍କ ଉଦ୍‌ଘାଟନ ସମୟରେ ସହରବାସୀ ବେଶ୍‌ ଖୁସିବ୍ୟକ୍ତ କରିଥିଲେ। କିନ୍ତୁ ଦୁଇମାସ ମଧ୍ୟରେ ପାର୍କର ବିଭିନ୍ନ ଅଂଶ ଭାଙ୍ଗିରୁଜି ଗଲା। ପାର୍କ ଏବେ ଅଳିଆଗଦା ପାଲଟିଛି। ବୋଟିଂ କ୍ଲବ ଅକାମୀ ହୋଇପଡ଼ିଛି। ବୋଟିଂ ପାଇଁ ଉଦ୍ଦିଷ୍ଟ ରହଣିଆ ପୋଖରୀ ଦଳରେ ଆଚ୍ଛାଦିତ ହୋଇ ଖେଳପଡ଼ିଆର ଭ୍ରମ ସୃଷ୍ଟି କରୁଛି। ୩ଟି ବୋଟ୍‌ ଏବେ ଉଇ ଲାଗି ନଷ୍ଟ ହେବାକୁ ବସିଛି। ମୁଖ୍ୟ ଆକର୍ଷଣ କୁହାଯାଉଥିବା ବୋଟିଂ କ୍ଲବ ଏତେ ଟଙ୍କା ଖର୍ଚ୍ଚ ପରେ ମଧ୍ୟ କାମରେ ଲାଗିପାରୁନି। ଟୁରିଷ୍ଟ ବୋଟ୍‌ଗୁଡ଼ିକ ଖତ ଖାଉଛି। ସେଠାରେ ନିୟୋଜିତ ଥିବା କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା କାରଣରୁ ପାର୍କରେ ଲାଗିଥିବା ଲାଇଟ୍‌ ସବୁ ଭାଙ୍ଗିରୁଜି ଯାଇଛି। ପାର୍କକୁ ବିଦ୍ୟୁତ୍‌ ସଂଯୋଗ କରୁଥିବା ଟ୍ରାନ୍ସଫର୍ମର ଦୀର୍ଘମାସ ଧରି ପୋଡ଼ିଯାଇଥିବା ଜଣାପଡିଛି। ପିଲାଙ୍କ ଲାଗି ଥିବା ଖେଳ ସାମଗ୍ରୀ ଏତେ ନିମ୍ନମାନର ଥିଲା ଯେ ଦିନେ ଦୁଇଦିନ ମଧ୍ୟ ପିଲା ଖେଳିପାରିଲେ ନାହିଁ। ପାର୍କ ଭିତରେ ଥିବା ଫୁଲୱାରା(ଫାଉଣ୍ଟେନ) ଦିନଟିଏ ମଧ୍ୟ କାର୍ଯ୍ୟକ୍ଷମ ନ ହୋଇ ଅଚଳ ହୋଇଗଲା। ଚେୟାର୍‌ ଓ ଡଷ୍ଟବିନ ଭାଙ୍ଗି ଗଲାଣି। ପାର୍କ ସମ୍ମୁଖରେ କରାଯାଇଥିବା ଟିକେଟ କାଉଣ୍ଟର ଗୃହ କାର୍ଯ୍ୟ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିଲାନି। ଏପରିକି ୫ ମାସ ଧରି ପାର୍କରେ ତାଲା ଝୁଲୁଛି। ନବନିର୍ମିତ ପାର୍କର ଏଭଳି ଅବ୍ୟବସ୍ଥା ପାଇଁ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ପୌରପାଳିକା କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି। ସ୍ଥାନୀୟ ବାସିନ୍ଦା ରଶ୍ମିରଞ୍ଜନ ସାହୁ, ରମେଶ ବେହେରା, ସୁଧାଂଶୁ ଶେଖର ମହାନ୍ତି, ପ୍ରତାପ ନାୟକ ପ୍ରମୁଖ ପାର୍କକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଭଦ୍ରକ ତହସିଲଦାର ପ୍ରଦୀପ ସାହୁଙ୍କୁ ପଚାରିବାରୁ ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ଉକ୍ତ ପାର୍କ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri