୫୦୦ ଏଏସ୍‌ଓଙ୍କୁ ନିଯୁକ୍ତି ପ୍ରଦାନ: ନିଷ୍ଠାପର ମନୋଭାବ ରଖି ସେବା କର; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ରାଜ୍ୟ ସଚିବାଳୟରେ ନୂତନ ଭାବେ ନିଯୁକ୍ତ ହୋଇଥିବା ସହକାରୀ ଉପଅଧିକାରୀ (ଏଏସ୍‌ଓ)ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୫୦୦ ନୂତନ ଏଏସ୍‌ଓଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ୫‘ଟି’ ସୂତ୍ରକୁ ଅନୁସରଣ କରିବା ସହିତ ନିଷ୍ଠାପର ମନୋଭାବ ରଖି ଲୋକଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ସେ ନବନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଉନ୍ନୟନ କମିଶନର ଅସିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।