Categories: ଗଞ୍ଜାମ

୫୦ଫୁଟ ତଳକୁ ଖସିଲା ଅଟୋ, ୧୪ ଆହତ

ରାମଗିରି,୧୧ା୭(ଡି.ଏନ.ଏ.): ଗଜପତି ଜିଲା ରାମଗିରି ଥାନା ବଡ଼ଗଁ। ନିକଟସ୍ଥ ମାଙ୍କଡ଼ଡ଼ଇଁ। ଘାଟି ବୁଲାଣିରେ ବୁଧବାର ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଖ ପ୍ରଧାନ, ଶଙ୍କର ପାତ୍ରଙ୍କ ଅବସ୍ଥା ଗୁରୁତର ରହିଛି।
ରାମଗିରିରେ ସାପ୍ତାହିକ ହାଟ ଥିଲା ପାତ୍ରପୁର ବ୍ଲକ ଧୁବାଲିଙ୍ଗି ଗଁାର ଲୋକମାନେ ଏକ ଅଟୋରେ ହାଟକୁ ଆସୁଥିଲେ। ଅଟୋଟି ଭାରସାମ୍ୟ ହରାଇ ମାଙ୍କଡ଼ଡ଼ଇଁା ବୁଲାଣିରେ ପ୍ରାୟ ୫୦ ଫୁଟ ତଳକୁ ଖସି ଏକ ଗଛରେ ଅଟକି ରହିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଭର୍ତ୍ତି କରାଯାଇଥିଲା। ୧୨ ଜଣଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରୁ ଛାଡ଼ି ଦିଆଯାଇଥିବା ବେଳେ ଦୁଖ ଓ ଶଙ୍କରଙ୍କୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।