୫୦ଜଣଙ୍କ ସ୍ବାବ ସଂଗ୍ରହ

ସୋର,୨୯ା୪(ଡି.ଏନ୍‌.ଏ.)-ସୋର ମ୍ୟୁନିସିପାଲିଟି ସହ ବିଭିନ୍ନ ପଞ୍ଚାୟତରେ ବାହାରୁ ଆସି କ୍ୱାରାଣ୍ଟାଇନ୍‌ରେ ଥିବା ୩୭୨ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଛି। ମଙ୍ଗଳବାର ମାଣିପୁର ପଞ୍ଚାୟତ ହାଇସ୍କୁଲ ପରିସରରେ ଥିବା ୫୦ଜଣଙ୍କ ସ୍ବାବ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତତ୍ତ୍ୱାବଧାନରେ ବାଲେଶ୍ୱରରୁ ଆସିଥିବା ସ୍ବତନ୍ତ୍ର ଟିମ୍‌ ଦ୍ୱାରା ସଂଗ୍ରହ କରାଯାଇଛି। ବାଲେଶ୍ୱରରୁ ଆସିଥିବା ଡ. ଅଜିତ୍‌ କୁମାର ମହାନ୍ତି, ଅବିନାଶ କର, ସରୋଜ କୁମାର ପାଣ୍ଡିଆ, ସନୁସସ୍‌ମଲ୍‌ଙ୍କ ସହ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପିଏଚ୍‌ଇଓ ବୈକୁଣ୍ଠନାଥ ଧାମୁଡିଆ, ବିପିଏମ୍‌ ମୁକ୍ତିକାନ୍ତ ପାଣିଗ୍ରାହୀ, ଆଇସିଟିସି କାଉନ୍‌ସିଲର ଶମ୍ବୁନାଥ ସାହୁଙ୍କ ତତ୍ତ୍ୱାବଧାନରେ ଏହି ସ୍ବାବ ସଂଗ୍ରହ କରାଯାଇଛି।