୫ମ ଦିବସୀୟ ନିଃଶୁଳ୍କ ଯୋଗ ଶିବିର ଉଦ୍‌ଯାପିତ; ଯୋଗ ଅଭ୍ୟାସରେ ରୋଗରୁ ମୁକ୍ତି ମିଳେ

ନୂଆପଡା ଅଫିସ/କୋମନା,୨୬।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଭେଲା ଗ୍ରାମରେ ପତଞ୍ଜଳୀ ଯୋଗ ସମିତି ଏବଂ ଅଭ୍ୟୁଦୟ ୟୁଥ କ୍ଲବ ମିଳିତ ଆନୁକୂଲ୍ୟରେ ଚାଲିଥିବା ପଞ୍ଚମ ଦିବସୀୟ ଯୋଗାଭ୍ୟାସ ଶିବିର ଉଦ୍‌ଯାପିତ ହୋଇଯାଇଛି। ୫ ଦିନ ଧରି ଯୋଗାଭ୍ୟାସ କରାଯାଇଥିବାବେଳେ ବିଭିନ୍ନ ଔଷଧୀୟ ବୃକ୍ଷରାଜିର ଉପକାରିତା ଏବଂ ବ୍ୟବହାର ଉପରେ ମାର୍ଗଦର୍ଶନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ୟୁଥ କ୍ଲବ ଶକ୍ତି ମିଶ୍ର ସଭାପତିତ୍ୱ କରିଥିବା ବେଳେ ଆଭାସ ଯୋଷୀ, ଅମନ ଛତ୍ରିଆ, ଯୋଗେନ୍ଦ୍ର ଶବର, ମାନସ ହୋତା, ସୌମ୍ୟ ପ୍ରକାଶ ଯୋଷୀ, ବିମଳ ଯୋଷୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ଶିବିର ପ୍ରତିଦିନ ସକାଳ ୫ଟାରୁ ସନ୍ଧ୍ୟା ୭ଟା ଯାଏଁ ଚାଲୁଥିବାବେଳେ ଏଥିରେ ପତଞ୍ଜଳୀ ଯୋଗପୀଠରୁ ସ୍ବୀକୃତିପ୍ରାପ୍ତ ପ୍ରଶିକ୍ଷକ ନିହାର ରଞ୍ଜନ ଯୋଷୀ ଏବଂ ପ୍ରଚାରକ କ୍ଷୀରୋଦ ଖମାରୀ ଯୋଗ ଶିକ୍ଷା ଦେଉଥିଲେ । ଯୋଗାଭ୍ୟାସରୁ କିପରି ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ସେ ଉପରେ ମାର୍ଗଦର୍ଶନ ଦେଉଥିଲେ। ସନ୍ଧ୍ୟାରେ ବିଭିନ୍ନ ଔଷଧୀୟ ବୃକ୍ଷର ଉପକାରିତା ଉପରେ ଆଲୋକପାତ କରୁଥିଲେ। ଏଥିରେ ସ୍ଥାନୀୟ ଭେଲା ସମେତ ଆଖପାଖ ବହୁ ବୁଦ୍ଧିଜୀବୀ, ମହିଳା ପୁରୁଷ, ଡ. କାଟଜୁ ହାଇସ୍କୁଲ, ଅରବିନ୍ଦ ପୂର୍ଣ୍ଣାଙ୍ଗ ସ୍କୁଲ ଛାତ୍ରୀଛାତ୍ରମାନେ ଯୋଗଦେଇ ପ୍ରତ୍ୟହ ଯୋଗଶିକ୍ଷା ଗ୍ରହଣ କରୁଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଯତିନ ମଲ୍ଲିକ, ହେତୁରାମ ଶବର, ଉଦିତ ମିଶ୍ର, ଅମୂଲ୍ୟ ଯୋଷୀ, କିଙ୍କର ଶବର, ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରୁଥିଲେ। କାର୍ଯ୍ୟକ୍ରମ ଶେଷରେ ହୋମ ଯଜ୍ଞ ହୋଇଥିଲା । ଏଥିରେ ସମସ୍ତେ ଆଳତି ଗ୍ରହଣ କରିଥିଲେ।