ଜଳେଶ୍ୱର, ୨୨।୧(ସ୍ବ.ପ୍ର.)-ଜଳେଶ୍ୱର ଥାନା ଅନ୍ତର୍ଗତ ମହିଷାମୁଣ୍ଡା ଗ୍ରାମରୁ ଏକ ୫ବର୍ଷର ଶିଶୁକୁ ଜିଲା ଚାଇଲ୍ଡ ଲାଇନ୍ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲା। ସୋମବାର ସନ୍ଧ୍ୟାରେ ତାଙ୍କୁ ସୋରସ୍ଥିତ ପୁରୁବାଇ କନ୍ୟାଶ୍ରମକୁ ପଠାଇ ଦିଆଯାଇଛି।
ଚମାରଗାଁ ପଞ୍ଚାୟତର ଚାଫଲା ଗ୍ରାମର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଥିଲେ। ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ନିଜର ୫ବର୍ଷର ଝିଅକୁ ଧରି ଜଳେଶ୍ୱରର ବିଭିନ୍ନ ସ୍ଥାନ ବୁଲିଥିଲେ। ଶେଷରେ ଗତ ନଭେମ୍ବରରେ ୬୦ନଂ. ଜାତୀୟ ରାଜପଥରେ ନିଜ ଝିଅକୁ ନନ୍ଦିକା ନିକଟରେ ଛାଡ଼ି ଅନ୍ୟଜଣେ ବ୍ୟକ୍ତିଙ୍କ ସହିତ ଫେରାର ହୋଇଯାଇଥିଲେ। ସେଠାରେ ଦୀର୍ଘ ସମୟ ଧରି ଝିଅଟି କାନ୍ଦୁଥିବା ବେଳେ ଗୋପୀମୋହନପୁର ପଞ୍ଚାୟତର ମହିଷାମୁଁଣ୍ଡା ଗାଁର ଜଣେ ବ୍ୟକ୍ତି ତାଙ୍କୁ ନେଇଯାଇ ଘରେ ରଖିଥିଲେ। ସେ ତାଙ୍କ ଘରେ ବିଭିନ୍ନ କାମରେ ନିୟୋଜିତ କରୁଥିବା ଜାଣି ନିକଟସ୍ଥ ସରସିଦା ଗ୍ରାମରେ ଥିବା ଆନନ୍ଦାୟନ କନ୍ୟାଶ୍ରମର ସମ୍ପାଦିକା କାଞ୍ଚନବାଳା ପରିଡ଼ା ତାଙ୍କୁ ନେବା ପାଇଁ ନିବେଦନ କରିଥିଲେ ା ମାତ୍ର ସେଥିରେ ସେ ଅମଙ୍ଗ ହେବାରୁ ଜଳେଶ୍ୱର ପୋଲିସର ଆଶ୍ରୟ ନିଆଯାଇଥିଲା। ମାତ୍ର ସେଥିରେ ବିଫଳ ହେବାରୁ କନ୍ୟାଶ୍ରମର ସମ୍ପାଦିକା ଚାଇଲ୍ଡଲାଇନ୍କୁ ଜଣାଇବା ପରେ ରବିବାର ସନ୍ଧ୍ୟାରେ ବାଲେଶ୍ୱର ଚାଇଲ୍ଡଲାଇନ ନିର୍ଦ୍ଦେଶରେ ବାଲିଆପାଳ ଚାଇଲ୍ଡଲାଇନର କ୍ରିଷ୍ଣା ଅଣ୍ଡିଆ ଜଳେଶ୍ୱର ପୋଲିସ ସହାୟତାରେ ଝିଅକୁ ଉଦ୍ଧାର କରିଥିଲେ। ସୋମବାର ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଭାଗିରଥି ବାରିକ, ସଭ୍ୟ ଗଣେଶ୍ୱର ରାଉତ, ଆଶିଷ ଘୋଷ, ପଦ୍ମଲୋଚନ ଦତ୍ତ ଓ ଗୌରରାଣୀ ଉପାଧ୍ୟାୟ ପ୍ରମୁଖଙ୍କ ନିକଟରେ ହାଜର କରାଯାଇଥିଲା। ପରେ ଶିଶୁକୁ ସୋର ପୁରୁବାଈସ୍ଥିତ କନ୍ୟାଶ୍ରମକୁ ପଠାଇ ଦିଆଯାଇଛି।
Posted inଆମ ଜିଲା ଖବର, ବାଲେଶ୍ୱର View All
ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ
ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...
୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ
ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...
ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…
ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...
ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..
ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...
ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...
ଗାଁକୁ ଫେରିବା ବେଳେ ବାଇକ୍କୁ ଧକ୍କାଦେଲା ବୁଲେଟ୍, ଚାଲିଗଲା ସଳିତା ବିକାଳିଙ୍କ ଜୀବନ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...
ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ
କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...
ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍ଗାର୍ଡ
ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...
Archives


