୪-୬ ମାସ ମଧ୍ୟରେ ମିଳିପାରେ ଖୁସି ଖବର: କରୋନା ପ୍ରତିଷେଧକ ଟୀକାର ପ୍ରୟୋଗ ପ୍ରାଣୀଙ୍କଠାରେ ଆରମ୍ଭ !

ନୂଆଦିଲ୍ଲୀ,୮।୪: କରୋନା ବିରୋଧରେ ଲଢ଼େଇ କରିବା ଲାଗି ଭାରତ ଅଣ୍ଟା ଭିଡ଼ିଛି। କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତି ଉପରେ ଭାରତରେ ଉଦ୍ୟମ ଜାରି ରହିଛି। ଜାୟଡସ୍‌ କୈଡିଲା ଔଷଧ କମ୍ପାନୀ ପକ୍ଷରୁ କରୋନା ପ୍ରତିଷେଧକ ଟୀକାର ପ୍ରୟୋଗ ପ୍ରାଣୀଙ୍କଠାରେ ଆରମ୍ଭ ହୋଇଛି। ଆସନ୍ତା ୪-୬ ମାସ ମଧ୍ୟରେ ଖୁସି ଖବର ମିଳିବାର ଆଶା ରହିଥିବା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶର୍ବିଲ୍‌ ପଟେଲ ସୂଚନା ଦେଇଛନ୍ତି। ମାର୍ଚ୍ଚ ମାସଠାରୁ କରୋନା ପ୍ରତିଷେଧକ ଟୀକା ନେଇ କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି। ପ୍ରାଣୀମାନଙ୍କ ଉପରେ କରାଯାଉଥିବା ପରୀକ୍ଷାରେ ସଫଳତା ମିଳିଲେ ଏହାକୁ ମଣିଷଙ୍କ ଉପରେ ପ୍ରୟୋଗ କରାଯିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୧୦ରେ ଜାୟଡସ୍‌ କୈଡିଲା ଔଷଧ କମ୍ପାନୀ ପକ୍ଷରୁ ସ୍ବାଇନ୍‌ ଫ୍ଲୁର ପ୍ରତିଷେଧକ ଟୀକା ପ୍ରଥମେ ପ୍ରସ୍ତୁତ କରାଯାଇଥିଲା।

Share