୪ ସ୍ବାବ୍‌ ଗ୍ରହଣ କେନ୍ଦ୍ରରେ ୨୭୨ ଜଣଙ୍କ ନମୁନା ସଂଗ୍ରହ

ବିଞ୍ଝାରପୁର,୨୭।୪(ଡି.ଏନ.ଏ): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଞ୍ଝାରପୁର ବ୍ଲକରେ କୋଲକାତା ଫେରନ୍ତାଙ୍କ ପାଇଁ ୪ଟି ସ୍ବାବ୍‌ ଗ୍ରହଣ କେନ୍ଦ୍ର କରାଯାଇଛି। ବ୍ଲକର ସୟଦପୁରସ୍ଥିତ ବ୍ରଜସୁନ୍ଦର ହାଇସ୍କୁଲ, ଉତ୍ତଙ୍ଗରା ହାଇସ୍କୁଲ, ବାଚ୍ଛୋଳ ହାଇସ୍କୁଲ, ଆଉଁରୀ ପ୍ରାଥମିକ ବିଦ୍ୟାଳୟ ସମେତ ପ୍ରଶାସନ ତରଫରୁ ୪ଟି ସ୍ବାବ୍‌ ସେଣ୍ଟର କରାଯାଇ ସୋମବାର ୨୭୨ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି। ବ୍ରଜସୁନ୍ଦର ହାଇସ୍କୁଲରେ ୫୨ଜଣ, ଉତ୍ତଙ୍ଗରା ହାଇସ୍କୁଲ ୬୮ଜଣ, ବଚ୍ଛୋଳ ହାଇସ୍କୁଲରେ ୮୬ଜଣ ଓ ଆଉଁରୀ ପ୍ରାଥମିକ ବିଦ୍ୟାଳୟରେ ୬୫ଜଣଙ୍କ ସମେତ ମୋଟ ୨୭୨ଜଣ କୋଲକାତା ଫେରନ୍ତାଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଛି। ନମୁନା ଦେଇଥିବା ଲୋକଙ୍କୁ ବିଭିନ୍ନ ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ରଖାଯାଇଛି। ନମୁନା ପରୀକ୍ଷାର ରିପୋର୍ଟ ଆସିବା ପରେ ପ୍ରଶାସନ ତରଫରୁ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରକାଶ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।