୪ ପଞ୍ଚାୟତରେ କଣ୍ଟେନମେଣ୍ଟ ଅବଧି ୭ ଦିନ ବଢିଲା

ହାଟଡିହୀ,୨୦।୫(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୪ଟି ପଞ୍ଚାୟତରେ କଣ୍ଟେନମେଣ୍ଟ ଅବଧିକୁ ଜିଲାପାଳ ଆଶିଷ ଠାକରେ ୭ ଦିନ ବୃଦ୍ଧି କରିଛନ୍ତି। ଆଦେଶନାମା ନଂ ୧୦୮୬/୧୮।୫।୨୦୨୦ଅନୁସାରେ ଢେଙ୍କା ପଞ୍ଚାୟତର ଢେଙ୍କା ହାଇସ୍କୁଲ ଆଇସୋଲେଶନ କେନ୍ଦ୍ର ଠାରୁ ୧୦୦ ମିଟର ଦୂରତା ଏବଂ ଧନୁର୍ଜୟପୁର ପଞ୍ଚାୟତର କୁଶଟିକିରି ସ୍କୁଲ ଆଇସୋଲେଶନ କେନ୍ଦ୍ର ଠାରୁ ୧୦୦ ମିଟର ଦୂରତାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ମେ’ ୨୫ ତାରିଖ ୯ ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଅବଧି ବଳବତ୍ତର ରହିବ। ସେହିପରି ଆଦେଶନାମା ନଂ ୧୦୯୨/୧୯।୫।୨୦୨୦ ଅନୁସାରେ ଇଞ୍ଚଳ ପଞ୍ଚାୟତର ଇଞ୍ଚଳ ହାଇସ୍କୁଲ ଆଇସୋଲେଶନ କେନ୍ଦ୍ର ଏବଂ ଶାଳନିଆ ପଞ୍ଚାୟତର ଶାଳନିଆ ହାଇସ୍କୁଲ କୋଭିଡ କେୟାର ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ୨୬ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି କଣ୍ଟେନମେଣ୍ଟ ଅବଧି ବଳବତ୍ତର ରହିବ।