୪ ଜିଲାରେ ନିର୍ମାଣ ହେବ ସ୍ପୋଟର୍‌ସ କମ୍ପ୍ଲେକ୍ସ:  ଅଲିମ୍ପିକ୍‌, ହକି ଯୋଗ୍ୟତାପର୍ଯ୍ୟାୟ ଖେଳ ପାଇଁ ୩୧ ଲକ୍ଷ ଟଙ୍କାର ଟିକେଟ ବିକ୍ରି ହୋଇଛି

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ରାଜ୍ୟର ୪ଟି ଜିଲାରେ କ୍ରୀଡ଼ାର ବିକାଶ ପାଇଁ ସ୍ପୋଟର୍‌ସ କମ୍ପ୍ଲେକ୍ସ ନିର୍ମାଣ ହେବ। ଏହି ଜିଲାଗୁଡ଼ିକ ହେଲା ବରଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା ଏବଂ ସମ୍ବଲପୁର। ଏ ନେଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ସରିଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଶୁକ୍ରବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା। ଏହି ସ୍ପୋଟର୍‌ସ କମ୍ପ୍ଲେକ୍ସ ନିର୍ମାଣ ହେବା ପରେ ରାଜ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ସେହିପରି ସହରାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ମିନି ଷ୍ଟାଡିୟମ୍‌ ନିର୍ମାଣ କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ‘ଖେଲୋ ଇଣ୍ଡିଆ’ ଯୋଜନାରେ ଅର୍ଥ ଯୋଗାଇ ଦିଆଯାଉଛି। ବିଜେଡି ସଭ୍ୟ ଅଶ୍ୱିନୀ କୁମାର ପାତ୍ର ପଚାରିଥିଲେ ଯେ, କଳିଙ୍ଗ ଷ୍ଟାଡିୟମ୍‌ରେ କେଉଁ ସବୁ ଜାତୀୟ ଓ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ହେବାକୁ ଯାଉଛି ସେ ଦିଗରେ ସରକାର କି ପ୍ରସ୍ତୁତି କରିଛନ୍ତି। ବିଗତ ଦିନରେ ହୋଇଥିବା ଖେଳରୁ କେତେ ଟଙ୍କା ରାଜସ୍ବ ଆଦାୟ ହୋଇଛି। ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, କଳିଙ୍ଗ ଷ୍ଟାଡିୟମ୍‌ରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ବିଶ୍ୱକପ୍‌ ପ୍ରତିଯୋଗିତା-୨୦୨୦ର ଆୟୋଜନ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଏଥିସହିତ ଅନ୍ତର୍ଜାତୀୟ ଲିଗ୍‌ ଫୁଟବଲ୍‌ ମ୍ୟାଚ୍‌, ମହିଳା ଓ ଫୁଟବଲ୍‌ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନର ଫାଇନାଲ ରାଉଣ୍ଡ ହକି ଇଣ୍ଡରନ୍ୟାଶନାଲ ଚାମ୍ପିୟମ୍‌ଶିପ୍‌ ଆୟୋଜନ କରିବାକୁ ପ୍ରସ୍ତାବ ରହିଛି। ଏଥିସହିତ ୨୦୧୯ ଡିସେମ୍ବର ୫ରୁ ୮ ତାରିଖ ପର୍ଯ୍ୟନ୍ତ ନ୍ୟାଶନାଲ ସ୍ପୋଟର୍‌ସ କ୍ଲାଇମ୍ବିଂ କମ୍ପିଟିଶନ୍‌ର ଆୟୋଜନ କଳିଙ୍ଗ ଷ୍ଟାଡିୟମ୍‌ରେ ହେବ। ଉପରୋକ୍ତ କ୍ରୀଡ଼ା ମହାସଂଘଙ୍କ ସହମତି ଏବଂ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କଳିଙ୍ଗ ଷ୍ଟାଡିୟମ୍‌ରେ ସେହି କ୍ରୀଡ଼ାଗୁଡିକ ଆୟୋଜନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବିଜେଡି ସଭ୍ୟ ଲତିକା ପ୍ରଧାନ ଅତିରିକ୍ତ ପ୍ରଶ୍ନରେ ପଚାରିଥିଲେ ଯେ, କଳିଙ୍ଗ ଓ ବାରବାଟି ଷ୍ଟାଡିୟମ୍‌ ଛଡା ରାଜ୍ୟର ଅନ୍ୟ କେଉଁଠାରେ ସେହିଭଳି ଷ୍ଟାଡିୟମ୍‌ ନିର୍ମାଣ ପାଇଁ ଯୋଜନା ଅଛି କି? ବିଜେଡି ସଭ୍ୟ ରଘୁନାଥ ଗମାଙ୍ଗ, ବିକ୍ରମ ପଣ୍ଡା ଏବଂ ଶଶିଭୂଷଣ ବେହେରା ପ୍ରମୁଖ ବ୍ରହ୍ମପୁର ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ କେବେସୁଦ୍ଧା ଶେଷ ହେବ, ଏଥିପାଇଁ ସରକାର ସ୍ଥାନ ନିରୂପଣ କରିଛନ୍ତି କିି? କେସି ହାଇସ୍କୁଲ ଖେଳ ପଡ଼ିଆରେ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ନିର୍ମାଣ ପାଇଁ ସରକାର ପଦକ୍ଷେପ ନେବେ କି। ବ୍ରହ୍ମପୁର ସହରରେ ଚିହ୍ନଟ ହୋଇଥିବା ଖୋଲା ସ୍ଥାନଗୁଡିକରେ ବାସ୍କେଟବଲ, ଭଲିବଲ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବେ କି। କେନ୍ଦ୍ରାପଡ଼ାରେ ଖେଳର ବିାକଶ ପାଇଁ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ନିିର୍ମାଣ କରିବେ କି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ, ନିକଟରେ କଳିଙ୍ଗଷ୍ଟାଡିୟମ୍‌ରେ ହୋଇଥିବା ଅଲିମ୍ପିକ୍‌ ଯୋଗ୍ୟତାପର୍ଯ୍ୟାୟ ହକି ଖେଳରେ ୩୧ ଲକ୍ଷ ଟଙ୍କାର ଟିକେଟ ବିକ୍ରି ହୋଇଛି। ଖେଳର ବିକାଶ ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri