୪ ଜଣଙ୍କ ରକ୍ତ ନମୁନା ନେଗେଟିଭ

ପାଟଣା,୮ା୪(ସ୍ବ.ପ୍ର.): କରୋନା ପାଇଁ ଦେଶବ୍ୟାପି ଚାଲିଥିବା ଲକ୍‌ ଡାଉନ ମଙ୍ଗଳବାର ୧୪ ଦିନରେ ପହଞ୍ଚିଛି। ବାହାର ରାଜ୍ୟ ଓ ଜଣେ ବିଦେଶ ଫେରନ୍ତାଙ୍କୁ ମିଶାଇ ମୋଟ ୩୩୮ ଜଣ ପାଟଣା ବ୍ଲକକୁ ଆସି ହୋମ କ୍ୱାରାଣ୍ଟାଇନରେ ରହିଥିଲେ। ସେମାନଙ୍କ ମଧ୍ୟରୁ ୩୩୩ ଜଣଙ୍କ କ୍ୱାରାଣ୍ଟାଇନ ଅବଧି ଶେଷ ହୋଇଛି। ସମସ୍ତେ ସୁସ୍ଥ ଥିବା ବେଳେ ୫ଜଣ ବର୍ତ୍ତମାନ କ୍ୱାରାଣ୍ଟାଇନରେ ରହିଛନ୍ତି। ଏହି ୫ ଜଣଙ୍କ ମଧ୍ୟରୁ ୪ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା। ତେବେ ଏହି ୪ ଟି ଯାକ ନମୁନା ନେଗେଟିଭ ରହିଥିବା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼.ସୁପ୍ରକାଶ ଶତପଥୀ ସୂଚନା ଦେଇଛନ୍ତି। ମଙ୍ଗଳବାର ଆଉ ୨ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ କଟକ ବଡ଼ଡ଼ାକ୍ତରଖାନା ପଠାଯାଇଛି।