Categories: ଜାତୀୟ

୪ ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଜୟପୁର, ୨୧ା୧୨(ପି.ଟି.): ରାଜସ୍ଥାନର ଜୟପୁରରେ ୨୦୦୮ ମେ ୧୩ରେ ହୋଇଥିବା ସିରିଜ୍‌ ବୋମା ବିସ୍ଫୋରଣ ମାମଲାରେ ସ୍ବତନ୍ତ୍ର କୋର୍ଟ ପକ୍ଷରୁ ୪ ଦୋଷୀସାବ୍ୟସ୍ତ ଆତଙ୍କବାଦୀଙ୍କୁ ଶୁକ୍ରବାର ମୃତ୍ୟୁ ଦଣ୍ଡାଦେଶ ମିଳିଛି। ଏହି ଆତଙ୍କବାଦୀ ବିସ୍ଫୋରଣରେ ୭୧ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ୧୮୫ ଜଣ ଆହତ ହୋଇଥିଲେ। ୮ଟି ଭୟଙ୍କର ବିସ୍ଫୋରଣ ସହରକୁ ସ୍ତବ୍ଧ କରିପକାଇଥିଲା। ଗତ ବୁଧବାର ସ୍ବତନ୍ତ୍ର ବିଚାରପତି ଅଜୟ କୁମାର ଶର୍ମା ମାମଲାର ଶୁଣାଣି କରି ୪ ଅଭିଯୁକ୍ତ ମହମ୍ମଦ ସୈଫ୍‌, ଶାହ୍‌ଫର ରହମାନ, ସର୍‌ଓ୍ବାର ଆଜ୍‌ମି ଓ ମହମ୍ମଦ ସଲ୍‌ମାନଙ୍କୁ ଆଇପିସିର ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଅନ୍ୟତମ ଅଭିଯୁକ୍ତ ଶାହବାଜ୍‌ଙ୍କୁ ପ୍ରମାଣ ଅଭାବରୁ ଖଲାସ୍‌ କରିଥିଲେ। ଦଣ୍ଡବିଧାନ ଲାଗି କୋର୍ଟ ଶୁକ୍ରବାରକୁ ଦିନ ଧାର୍ଯ୍ୟ କରିଥିବା ବେଳେ ୪ ଦୋଷୀ ଆତଙ୍କ ବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି।

Share