୪ ଆଇଏଫ୍‌ଏସ୍‌ ଅଫିସରଙ୍କ ପଦୋନ୍ନତି

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଆଇଏଫ୍‌ଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟର ୪ ଜଣ ଆଇଏଫ୍‌ଏସ୍‌ ଅଫିସରଙ୍କୁ ଅତିରିକ୍ତ ପିସିସିଏଫ୍‌ ପଦବୀକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର।
୧୯୮୯ ବ୍ୟାଚର ସୁଶାନ୍ତ ନନ୍ଦ ଓ ଓମ୍‌ ପ୍ରକାଶ ସିଂହଙ୍କୁ ଏହି ପଦୋନ୍ନତି ମିଳିଛି। ତାଙ୍କ ସହ ୧୯୯୦ ବ୍ୟାଚର ସୁରେଶ ପନ୍ଥ ଓ ୧୯୯୧ ବ୍ୟାଚର ଲିଙ୍ଗରାଜ ଓତାଙ୍କୁ ମଧ୍ୟ ପଦୋନ୍ନତି ମିଳିଥିବା ସୂଚୀତ କରାଯାଇଛି।