୪୪ଜଣଙ୍କ ଘର ଆଗରେ ଲାଗିଲା କରୋନା ପୋଷ୍ଟର

ତିର୍ତ୍ତୋଲ, ୨୭।୩ (ଡି.ଏନ୍‌.ଏ.)- ତିର୍ତ୍ତୋଲ ବ୍ଲକ ଅଞ୍ଚଳର ୪୪ ଜଣ ବାହାର ରାଜ୍ୟରୁ ନିକଟରେ ଗାଁକୁ ଫେରିଛନ୍ତି। ସେମାନେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାମ ପଞ୍ଜୀକରଣ କରାଇଥିବା ବେଳେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଗଠିତ ଟିମ୍‌ ସେମାନଙ୍କ ଘରେ ପହଞ୍ଚତ୍ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁଥିବା ଦେଖାଯାଉଛି। ତେବେ ଉକ୍ତ ଘରର ଲୋକେ କିପରି ବାହାରକୁ ନ ଯିବେ ଓ ଆଖପାଖ ଲୋକେ କିପରି ତାଙ୍କ ଘରକୁ ନ ଯିବେ ସେ ନେଇ ପ୍ରଶାସନ ପକ୍ଷରୁ ସେମାନଙ୍କ ଘର ଆଗରେ ପୋଷ୍ଟର ଲଗାଯାଇଛି। ଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ସମେତ ଆଖପାଖ ଲୋକେ ମଧ୍ୟ ସଚେତନ ହୋଇପାରିବେ। ବାହାର ରାଜ୍ୟ ବା ଦେଶରୁ ଆସିଥିବା ଲୋକମାନଙ୍କ ଉପରେ ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ନଜର ରଖାଯିବ ବୋଲି ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଶୁଭ୍ରଜ୍ୟୋତି ମହାନ୍ତି ସୂଚନା ଦେଇଛନ୍ତି।