୪୦ ଲିଟର ମହୁଲି ମଦ ଜବତ, ଦୁଇ ଗିରଫ

ବାଲିଗୁଡା,୨୦।୧୦: ବାଲିଗୁଡା ପୋଲିସ ଚଢାଉ କରି ମହୁଲି ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି। ସେମାନେ ହେଲେ ମହିଳା ସାବିତ୍ରୀ ସାହାଣି ଓ ପ୍ରଶାନ୍ତ କୁମାର ପ୍ରଧାନ। ପାଟଖଣ୍ଡା ସାହିରେ ମହୁଲି ମଦ କାରବାର ଖବର ପାଇ ପୋଲିସ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪୦ ଲିଟର ମହୁଲି ମଦ ଜବତ କରାଯାଇଛି। କେସ୍‌ ନମ୍ବର ୧୪୦, ୧୪୧/୧୯ରେ ମାମଲା ରୁଜୁ କରି କୋର୍ଟଚାଲଣ କରିଥିବା ବାଲିଗୁଡା ଆଇଆଇସି ସୂଚନା ଦେଇଛନ୍ତିି।