୪୦ ଗ୍ରାମ ବ୍ରାଉନସୁଗାର, ୧.୧୦ ଲକ୍ଷ ଟଙ୍କା ଜବତ

ଖୋର୍ଦ୍ଧା ଅଫିସ, ୨୫ ।୧୨: ଖୋର୍ଦ୍ଧା ଜିଲା ଜଟଣୀ ଥାନା ପୋଲିସ ଓ କୁଇକ୍‌ ଆକ୍ସନ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇ ବୁଧବାର କୁଦୁପୁର ଛକରୁ ୪୦ ଗ୍ରାମ ବ୍ରାଉନସୁଗାର ସହ ୧ ଲକ୍ଷ ୧୦ ହଜାର ଟଙ୍କା ଜବତ କରାଯାଇଛି। ଘଟଣାରେ ଗଞ୍ଜାମ ଜିଲା ରମ୍ଭା ଥାନା ସାବୁଳିଆ ନୂଆସାହିର ବଳରାମ ସାହୁଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।