୪ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

ସଜନାଗଡ,୩୦।୧(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଛୁଆ ଅଞ୍ଚଳରେ ଜଣେ ୪ ବର୍ଷୀୟା ନାବାଳିକାଙ୍କୁ ଚକୋଲେଟ୍‌ ପ୍ରଲୋଭନ ଦେଖାଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ମୋହନ ସିଂ(୨୦)ଙ୍କୁ ଥାନାରେ ଅଟକ ରଖାଯାଇଛି। ଏନେଇ ନୀଳଗିରି ଥାନାରେ ୩୮/୨୦ ପୋକ୍‌ସୋ ଆଇନାନୁଯାୟୀ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ, ନାବାଳିକା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ମୋହନ ତାଙ୍କୁ ଚକୋଲେଟ୍‌ ଖାଇବାକୁ ଦେଇ ପାଖ ଏକ ଜଙ୍ଗଲକୁ ନେଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରିଥିବା ପୀଡିତାଙ୍କ ପିତା ଥାନାରେ ଅଭିଯୋଗ କରିଛନ୍ତି।