୩.୧% ଖସିଯିବ ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଛି। ଭାରତର ଅର୍ଥ ବ୍ୟବସ୍ଥା ମଧ୍ୟ ଏହାର ପଞ୍ଝାରୁ ଖସି ନ ପାରି ଗଭୀର ଭାବେ ପ୍ରଭାବିତ ହୋଇଛି। ସରକାର ମାର୍ଚ୍ଚ ୨୫ରେ ପ୍ରାୟ ୨ ମାସ ଲାଗି ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଲକ୍‌ଡାଉନ କଟକଣାକୁ କୋହଳ କରାଯାଇଥିବା ଦେଖାଯାଇଥିଲା। ହେଲେ ଦୀର୍ଘ ଦିନ ଧରି ବନ୍ଦ ପଡ଼ିଥିବା ଶିଳ୍ପସଂସ୍ଥାଗୁଡ଼ିକ ପୁଣି ଥରେ ଟ୍ରାକ୍‌କୁ ଫେରିବା ଲାଗି ବର୍ତ୍ତମାନ କଷ୍ଟ ହେଉଛି। କାରଣ ଶ୍ରମିକ ସମସ୍ୟା ଠାରୁ କଞ୍ଚାମାଲ, ସମ୍ପୂର୍ଣ୍ଣ ଭାବେ କଟକଣା ନ ଉଠିବା, କରୋନା ମାମଲା ବଢ଼ିବା ଭଳି ସମସ୍ୟା ଏବେ ଯାଏ ମଧ୍ୟ ଲାଗି ରହିଛି। ଏହାର ପ୍ରଭାବ ବଜାର ଉପରେ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଭାରତୀୟ ଅର୍ଥ ବ୍ୟବସ୍ଥାର ଗତି ଚଳିତ ବର୍ଷ ଆଶାନୁରୂପକ ହେବ ନାହିଁ ବୋଲି ଅନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକ କହିଛନ୍ତି। ମଙ୍ଗଳବାର ମୁଡିସ୍‌ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ଯେ, ୨୦୨୦ରେ ଭାରତୀୟ ଅର୍ଥ ବ୍ୟବସ୍ଥାର ମୋଟ ଘରୋଇ ଉତ୍ପାଦ(ଜିଡିପି) ୩.୧% ଖସିଯିବ। ଏହି ରିପୋର୍ଟରେ ଭାରତର ଖରାପ ଆର୍ଥତ୍କ ସ୍ଥିତିକୁ ଦର୍ଶାଯାଇଛି। ନିକଟରେ ଏହି ଏଜେନ୍ସି ଭାରତର ସୋଭରେନ ରେଟିଂକୁ ଖସାଇବା ପରେ ଜିଡିପି ଖସିବା ନେଇ ବର୍ତ୍ତମାନ ଆକଳନ କରିଛି।
ଚଳିତ ବର୍ଷ ଏପ୍ରିଲରେ ଏହି ଏଜେନ୍ସି ପୂର୍ବାନୁମାନ କରି କହିଥିଲା ଯେ, ଭାରତୀୟ ଅର୍ଥ ବ୍ୟବସ୍ଥା ଚଳିତ ବର୍ଷ ୦.୨% ଅଭିବୃଦ୍ଧି ହାସଲ କରିବ। ମାତ୍ର କରୋନା ଯୋଗୁ ବଜାରର ଅବସ୍ଥା ବିଗୁଡୁଥିବାରୁ ଜିଡିପି ୩.୧% ଖସିବ ବୋଲି ଆକଳନରେ କହିଛି। ୨୦୨୧ରେ ଭାରତର ଜିଡିପି ଅଭିବୃଦ୍ଧି ଉନ୍ନତ ହେବା ସହ ୬.୯% ରହିବ ବୋଲି ଏହା ରିପୋର୍ଟରେ ଉଲ୍ଲେଖ କରିଛି। ମୁଡିସ୍‌ର କହିବା ମୁତାବକ,ଜି୨୦ ଦେଶଗୁଡ଼ିକ ମଧ୍ୟରେ ଚାଇନା କେବଳ ଏକମାତ୍ର ଦେଶ ଯିଏକି ଅଭିବୃଦ୍ଧି କରିବ। ଚାଇନା ଏହି ସମୟରେ ୧% ଅଭିବୃଦ୍ଧି କରିବ ବୋଲି ପୂର୍ବରୁ ଏହା ପୂର୍ବାନୁମାନ କରିଥିବା ବେଳେ ଏଥିରେ ବର୍ତ୍ତମାନ କୌଣସି ପରିବର୍ତ୍ତନ କରିନାହିଁ। ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଆର୍ଥତ୍କ ସଙ୍କଟାବସ୍ଥା ଲମ୍ବା ସମୟ ଯାଏ ରହିବ। ୨୦୨୦ର ଦ୍ୱିତୀୟ ତ୍ରୈମାସ ଅର୍ଥ ବ୍ୟବସ୍ଥା ପାଇଁ ସବୁଠାରୁ ଖରାପ ସମୟ ସାବ୍ୟସ୍ତ ହେବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ସବୁଠୁ ଖରାପ ଆର୍ଥତ୍କ ସ୍ଥିତି ଦେଇ ବିଶ୍ୱ ଅର୍ଥ ବ୍ୟବସ୍ଥା ଗତି କରୁଛି ବୋଲି ଏହାର ରିପୋର୍ଟର ଉଲ୍ଲେଖ କରାଯାଇଛି।
ସାରା ବିଶ୍ୱରେ ଅଧିକାଂଶ ଦେଶର ଅର୍ଥ ବ୍ୟବସ୍ଥାର ଜିଡିପି ଏହି ସମୟରେ ଖସିବା ନେଇ ଆକଳନ କରାଯାଇଛି। ୨୦୨୦ରେ ଜି-୨୦ ଦେଶ ସମୂହରେ ୬.୪% ଜିଡିପି ଖସିବା ପୂର୍ବାନୁମାନ କରାଯାଇଛି। ଏହା ତୁଳନାରେ ୨୦୨୧ରେ ସାମାନ୍ୟ ସୁଧାର ଆସିବା ନେଇ କୁହାଯାଇଛି। ଏହା ପରେ ବି ଜିଡିପି ୪.୮% ଖସିବା ନେଇ ଆକଳନ କରାଯାଇଛି। ଜି-୨୦ ଦେଶ ସମୂହଙ୍କ ମଧ୍ୟରେ ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକର ଅଭିବୃଦ୍ଧିରେ ୧.୬% ହ୍ରାସ ହୋଇପାରେ। ଚାଇନା ବାଦ୍‌ ଅନ୍ୟ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାର ଜିଡିପି -୪.୭ ରହିବା ନେଇ ଅନୁମାନ କରାଯାଇଛି। ବିଶେଷକରି ପାଶ୍ଚାତ୍ୟ ଦେଶଗୁଡ଼ିକର ଅର୍ଥ ବ୍ୟବସ୍ଥାରେ ହ୍ରାସ ହେବା ନେଇ ମୁଡିସ୍‌ ଅନୁମାନ ଲଗାଇଛି। ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ବ୍ରିଟେନ, କାନାଡା, ବ୍ରାଜିଲ, ଭାରତ, ଇଣ୍ଡୋନେସିଆ, ସାଉଦି ଆରବ ଏବଂ ଆର୍ଜେଣ୍ଟିନାର ଅଭିବୃଦ୍ଧି ପୂର୍ବାନୁମାନରେ ହ୍ରାସ ହେବ ବୋଲି ରିପୋର୍ଟରେ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri