୩ ଶୀର୍ଷ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ: ମୁଖ୍ୟ ଶାସନ ସଚିବଙ୍କୁ ୨୦, ଉନ୍ନୟନ କମିଶନର ୧୫ ଏବଂ ଏପିସିଙ୍କୁ ୫ ବିଭାଗ ଦାୟିତ୍ୱ

ଭୁବନେଶ୍ୱର,୩୦-୮(ବ୍ୟୁରୋ):ରାଜ୍ୟ ପ୍ରଶାସନର ଶୀର୍ଷସ୍ତରରେ ସରକାରୀ କାର୍ଯ୍ୟକୁ ଉତ୍ତମ ରୂପେ ତର୍ଜମା କରାଯିବ। ବିଭାଗୀୟ ଅନୁଶୀଳନ ପରେ ଜଣେ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀ ଫାଇଲଗୁଡିକ ତଦାରଖ କରିବେ। ଏହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଫାଇଲ ସିଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)କୁ ପଠାଯିବ। ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ଉନ୍ନୟନ କମିଶନର, ଉନ୍ନୟନ କମିଶନର(ଡିସି) ଏବଂ କୃଷି ଉତ୍ପାଦନ କମିଶନର(ଏପିସି)ଙ୍କ ମଧ୍ୟରେ ବିଭିନ୍ନ ବିଭାଗଗୁଡ଼ିକର ବଣ୍ଟନ କରାଯାଇଛି। ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଗୁରୁବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଏଣ୍ଡ ପିଜି) ପକ୍ଷରୁ ପ୍ରକାଶ ପାଇଛି।
ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧୀନରେ ୨୦, ଡିସି ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧୀନରେ ୧୫ ଏବଂ ଏପିସି ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ୫ ବିଭାଗର ଦାୟିତ୍ୱ ଦିଆଯାଇଛି। ସିଏସ୍‌ଙ୍କ ନିକଟରେ ଗୃହ, ଅର୍ଥ, ଶକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଜଙ୍ଗଲ ଓ ପରିବେଶ, ଜିଏ ଏଣ୍ଡ ପିଜି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶିଳ୍ପ ଓ ଇଲେକ୍‌ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ରହିଛି। ଏଥିସହିତ ଆଇନ, ଏମ୍‌ଏସ୍‌ଏମ୍‌ଇ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସଂସଦୀୟ ବ୍ୟାପାର, ଯୋଜନା ଓ ସଂଯୋଜନା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ପର୍ଯ୍ୟଟନ, ଜଳସମ୍ପଦ ଏବଂ ପୂର୍ତ୍ତ ବିଭାଗ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି। ଅନୁରୂପଭାବେ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଅବକାରୀ, ଉଚ୍ଚଶିକ୍ଷା, ସୂଚନା ଓ ଲୋକସମ୍ପର୍କ, ଶ୍ରମ ଓ ନିୟୋଜନ, ସରକାରୀ ଉଦ୍ୟୋଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଦାନ କରାଯାଇଛି। ଏଥିସହିତ ସ୍କୁଲ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରି ବିଦ୍ୟା, କ୍ରୀଡ଼ା ଓ ଯୁବ ସେବା, ହସ୍ତତନ୍ତ/ବୟନଶିଳ୍ପ ଏବଂ ହସ୍ତଶିଳ୍ପ, ଓଡ଼ିଆ ଭାଷା ଏବଂ ସାହିତ୍ୟ ଓ ସଂସ୍କୃତି , ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ଏବଂ ଏସ୍‌ଟିଏସ୍‌ସି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ ବିଭାଗର ଦାୟିତ୍ୱ ମଧ୍ୟ ଉନ୍ନୟନ କମିଶନରଙ୍କୁ ପ୍ରଦାନ କରାଯାଇଛି।
ସେହିପରି ଏପିସି ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ କୃଷି ଓ କୃଷକ ସଶକ୍ତୀକରଣ, ସମବାୟ, ମତ୍ସ୍ୟସମ୍ପଦ ଏବଂ ପ୍ରାଣୀସମ୍ପଦ ଉନ୍ନୟନ, ବାଣିଜ୍ୟ ଓ ପରିବହନ (ବାଣିଜ୍ୟ) ଏବଂ ବାଣିଜ୍ୟ ଓ ପରିବହନ (ପରିବହନ) ବିଭାଗ ଦାୟିତ୍ୱ ଦିଆଯାଇଛି।
ସେହିପରି ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି, କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କିତ ବ୍ୟାପାର, ଏକାଧିକ ବିବାଦକୁ ନେଇ ରହିଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସିଧାସଳଖ ନିଷ୍ପତ୍ତି ନେବେ। କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଭାଗୀୟ ସଚିବ/ପ୍ରମୁଖ ଶାସନ ସଚିବ/ଡିସିଙ୍କ ନିଷ୍ପତ୍ତି ପରେ ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ଫାଇଲ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବ। ସେହିପରି ଏପିସିଙ୍କ ଅଧୀନରେ ଆସୁଥିବା ସମସ୍ତ ବିଭାଗ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯିବ। ଅତିରିକ୍ତ ଶାସନ ସଚିବ ପାହ୍ୟା ତଥା ତଦୂର୍ଦ୍ଧ୍ୱ ପାହ୍ୟାକୁ ପଦୋନ୍ନତି ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯିବ। ସେହିପରି ମୁଖ୍ୟ ଶାସନ ସଚିବ ଆବଶ୍ୟକ ମନେକଲେ ଯେ କୌଣସି ବିଭାଗ ଫାଇଲକୁ ତର୍ଜମା ତଥା ଅନୁଧ୍ୟାନ କରିପାରିବେ। ଅର୍ଥ ବିଭାଗ ଫାଇଲଗୁଡ଼ିକ ଅର୍ଥ ସଚିବ/ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri