୩ ରଥରେ ବିଜେ ହେଲା ଆଜ୍ଞାମାନ

ପୁରୀ ଅଫିସ, ୨୨।୬: ମଙ୍ଗଳବାର ରଥଯାତ୍ରା। ଗୋଟିଏପଟେ ସୁପ୍ରିମକୋର୍ଟରେ ରଥଯାତ୍ରାକୁ ନେଇ ଜଣିକିଆ ଖଣ୍ଡପୀଠରେ ଶୁଣାଣି ଚାଲିଥିବା ବେଳେ ଅନ୍ୟପଟେ ତିନି ରଥକୁ ଆଜ୍ଞାମାଳ ବିଜେ ହୋଇଛି। ତିନିଜଣ ପୂଜା ପଣ୍ଡା ସାମନ୍ତ ସୋମବାର ପୂର୍ବାହ୍ନ ୧୧ଟା ୨୫ରେ ଘଣ୍ଟଘଣ୍ଟା, ଛତ୍ରି ଶୋଭାଯାତ୍ରାରେ ରଥଖଳାରେ ପହଞ୍ଚିଥିଲେ। ପ୍ରଥମେ ବଡ଼ ଠାକୁର ପରେ ଜଗନ୍ନାଥ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ରଥରେ ଆଜ୍ଞାମାଳ ଭିଜେ ହୋଇଥିଲା। ତେବେ ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ଶୁଣାଣିକୁ ସମସ୍ତ ଭକ୍ତ ଅପେକ୍ଷା କରି ରହିଛନ୍ତି। ସିଂହଦ୍ୱାର ନିକଟରେ ଭକ୍ତମାନେ ଦୀପଜାଳି ମହାପ୍ରଭୁଙ୍କ ରଥ ଗଡ଼ିବା ପାଇଁ ପ୍ରାର୍ଥନା କରୁଛନ୍ତି।