Categories: ରାଜ୍ୟ

୩ ମନ୍ତ୍ରୀଙ୍କୁ ରଥଯାତ୍ରା ତଦାରଖ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୬(ବ୍ୟୁରୋ)-ପୁରୀ ରଥଯାତ୍ରା ପାଇଁ ସୋମବାର ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ କରିଛନ୍ତି। ରଥଯାତ୍ରା ତଦାରଖ ଓ ସୁପରିଚାଳନା ପାଇଁ ନବୀନ ଆଇନ ମନ୍ତ୍ରୀ ପ୍ରତାପ ଜେନା, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାଶ ବର୍ମାଙ୍କୁ ନିଳାଦ୍ରୀ ବିଜେ ଯାଏ ପୁରୀରେ କ୍ୟାମ୍ପ କରି ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।