୩ ବରିଷ୍ଠ ଓଏଏସ୍‌ଙ୍କ ବଦଳି

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜସ୍ବ ପର୍ଷଦ ସଦସ୍ୟଙ୍କ ଅଧୀନରେ ଥିବା ଭୁବନେଶ୍ୱର ଅତିରିକ୍ତ ରିଭିଜନାଲ କୋର୍ଟ ଅତିରିକ୍ତ କମିଶନର ଶୁଭକାନ୍ତ ମିଶ୍ରଙ୍କୁ ଭୁବନେଶ୍ୱର ସେଟଲ୍‌ମେଣ୍ଟ ଆଣ୍ଡ କନସୋଲିଡେଶନ କମିଶନର ଭାବେ ବଦଳି କରାଯାଇଛି। ମିଶ୍ର ରିଭିଜନାଲ କୋର୍ଟର ମଧ୍ୟ ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ତୁଲାଇବେ। ସେହିପରି ଜଳସମ୍ପଦ ବିଭାଗ ଯୁଗ୍ମ ସଚିବ ନିୟତି ପଟ୍ଟନାୟକଙ୍କୁ ଉଚ୍ଚଶିକ୍ଷା ପରିଷଦର ସଚିବ ଭାବେ ବଦଳି କରାଯାଇଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓଏଭିଏସ୍‌ ଯୁଗ୍ମ ସଚିବ ଅସିତ ପଣ୍ଡାଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।