୩ ନିଶାସକ୍ତ ବାଇକ୍‌ ଚାଳକ କୋର୍ଟ ଚାଲାଣ

କୋରେଇ,୫ା୧୦(ସ୍ବ.ପ୍ର.): ପାଣିକୋଇଲି ପୋଲିସ ଗୁରୁବାର ରାତିରେ ୪ ନିଶାସକ୍ତ ବାଇକ୍‌ ଚାଳକଙ୍କୁ ଗିରଫ କରିଥିଲା। ଏ ନେଇ ମାମଲା ରୁଜୁ ପରେ ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସେମାନେ ହେଲେ ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଞ୍ଚାୟତ ସରସଦା ଗ୍ରାମର ପ୍ରଶାନ୍ତ ଜେନା, କୋରେଇ ଥାନା ଅନ୍ତର୍ଗତ ଶାନ୍ତନୁ ଚର, କୁଆଖିଆ ଥାନା ଅନ୍ତର୍ଗତ ନୂଆହାଟ ଗ୍ରାମର ମନ୍ଦାର ଗୁରୁ। ଏମାନେ ରାଜପଥରେ ରାତ୍ରି ପୋଟ୍ରୋଲିଂ ସମୟରେ ଧରାପଡିଥିଲେ।