Categories: ଜାତୀୟ

୩ ଦିନିଆ ବିଦେଶ ଗସ୍ତରେ ମୋଦି

ନୂଆଦିଲ୍ଲୀ,୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଥାଇଲାଣ୍ଡ ଗସ୍ତ କାର୍ଯ୍ୟକ୍ରମରେ ଶନିବାର ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି। ହୁଷ୍ଟନରେ ଆୟୋଜିତ କାର୍ଯ୍ୟକ୍ରମ ଭଳି ଥାଇଲାଣ୍ଡରେ ଶନିବାର ମୋଦି ‘ସ୍ବାସଦି ପିଏମ୍‌ ମୋଦି’ ନାମକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବେ। ମୋଦିଙ୍କର ଏହି ଗସ୍ତ ବ୍ୟବସାୟ, ସମୁଦ୍ର ସୁରକ୍ଷା ଓ ସମ୍ପର୍କ ଭଳି ବିଭିନ୍ନ ପ୍ରମୁଖ କ୍ଷେତ୍ରକୁ ଆହୁରି ମଜଭୁତ କରିବାରେ ସହାୟକ ହେବ ବୋଲି କୁହାଯାଉଛି। ଏହି ଗସ୍ତ ସମୟରେ ମୋଦି ଆସୋସିଏଶନ ଅଫ୍‌ ସାଉଥ୍‌ଇଷ୍ଟ ଏସିଆନ୍‌ ନେଶନ୍ସ(ଏସିଆନ୍‌), ଇଷ୍ଟ ଏସିଆ ଓ ଆର୍‌ସିଇପି ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ବ୍ୟାଂକକ୍‌ରେ ହେବାକୁ ଥିବା ୧୬ ଏସିଆନ୍‌ ଦେଶର ବ୍ୟାପାର ବୈଠକ ସମୟରେ ରିଜିଓନାଲ କମ୍ପ୍ରେନସିଭ୍‌ ଇକନୋମିକ ପାର୍ଟନର୍‌ଶିପ୍‌(ଆର୍‌ସିଇପି)ର ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି, ଯାହା ଉପରେ ସାରା ବିଶ୍ୱର ନଜର ରହିଛି।

Share