୩ ଟ୍ରେନ୍‌ରେ ଫେରିଲେ ୪୬୬୪ ପ୍ରବାସୀ

ଛତ୍ରପୁର,୧୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସମେତ ଓଡିଶାର ବିଭିନ୍ନ ଜିଲାର ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଜଗନ୍ନାଥପୁର ଷ୍ଟେଶନକୁ ଆସିବାରେ ଲାଗିଛନ୍ତିି। ଶନିବାର ମଧ୍ୟ ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଉକ୍ତ ଷ୍ଟେଶନରେ ଆସି ପହଞ୍ଚଛନ୍ତି। ଭୋର ୫ଟା ୩୦ରେ ସୁରଟରୁ ୧୭୪୨ ଜଣଙ୍କୁ ନେଇ ଜଗନ୍ନାଥପୁର ଷ୍ଟେଶନରେ ଟ୍ରେନ୍‌ ପହଞ୍ଚତ୍ଥିଲା। ସେଥିରେ ଗଞ୍ଜାମ ଜିଲା ୧୯ ବ୍ଲକ ୧୭୦୦ ଜଣ ରହିଥିବା ବେଳେ ବାଲେଶ୍ୱରର ୨ଜଣ, ଭଦ୍ରକର ୯, କଟକର ୬, ଯାଜପୁରର ୬, ଖୋର୍ଦ୍ଧାର ୨, ନୟାଗଡର ୫, ପୁରୀ ୧୦, ସମ୍ବଲପୁରର ଜଣେ ଏବଂ ବିହାରର ଜଣେ ରହିଥିଲେ।
ସେହିପରି ସୁରଟରୁ ଦ୍ୱିତୀୟ ଟ୍ରେନ୍‌ ପୂର୍ବାହ୍ନ ୧୦ଟାରେ ୧୧୯୯ ପ୍ରବାସୀଙ୍କୁ ନେଇ ଉକ୍ତ ଷ୍ଟେଶନରେ ପହଞ୍ଚିିଥିଲା। ଏଥିରେ ଗଞ୍ଜାମ ଜିଲାର ୨୨ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମର ୭୯୬ ଜଣ ଥିବାବେଳେ ଗଜପତିର ୬୨, କଳାହାଣ୍ଡିର ୧୦୪, କନ୍ଧମାଳର ୨୪, କୋରାପୁଟର ୧୭, ମାଲକାନଗିରିର ୩୮, ନବରଙ୍ଗପୁରର ୨୭, ନୟାଗଡର ୧୯, ରାୟଗଡାର ୯୭, ସୁନ୍ଦରଗଡର ୧୧ ଏବଂ ଅନ୍ୟ ରାଜ୍ୟର ୪ ପ୍ରବାସୀ ରହିଥିଲେ।
ସୁରଟରୁ ତୃତୀୟ ଟ୍ରେନ୍‌ ଅପରାହ୍ନ ୨ଟା ୩୦ରେ ୧୭୨୩ ଜଣ ପ୍ରବାସୀଙ୍କୁ ନେଇ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଥିଲା। ସେଥିରେ ଗଞ୍ଜାମ ୨୧ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମର ୧୬୭୦, ଅନୁଗୋଳର ୨, କଟକ ୪, ଢେଙ୍କାନାଳ ୫, ଗଜପତିର ୨, ଖୋର୍ଦ୍ଧାର ୧୧, କେନ୍ଦ୍ରାପଡା ୪, ନୟାଗଡ ୧୧ ଓ ପୁରୀର ୧୪ ପ୍ରବାସୀ ରହିଥିଲେ। ପ୍ରବାସୀ ପହଞ୍ଚିବା ପରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ପରେ ବସ୍‌ ଯୋଗେ ସେମାନଙ୍କୁ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା। ସୂଚନାଯୋଗ୍ୟ, ରିପୋର୍ଟ ଲେଖାହେବା ସୁଦ୍ଧା ୩ ଟ୍ରେନ୍‌ ଜଗନ୍ନାଥପୁର ଷ୍ଟେଶନକୁ ଆସିଥିବା ଜଣାପଡିଛି।