୩ ଝିଅଙ୍କୁ ହତ୍ୟା କରି ବାପାଙ୍କ ଆତ୍ମହତ୍ୟା

କେନ୍ଦୁଝର/ ଆନନ୍ଦପୁର,୧୫ା୬( ସ୍ବ.ପ୍ର.) :କେନ୍ଦୁଝର ଜିଲା ଆନନ୍ଦପୁର ଥାନାଠାରୁ ୪୦ କି.ମି. ଦୂର ଉଲିିବସା ଗ୍ରାମର ଏକ ଘରୁ ଶୁକ୍ରବାର ୩ରୁ ୯ ବର୍ଷ ବୟସର ମା’ ଛେଉଣ୍ଡ ୩ ଶିଶୁକନ୍ୟାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏହି ୩ ଝିଅଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ତାଙ୍କ ବାପା ଦୁର୍ଗା ସିଦ୍ଦୁ ନିଜେ ଆତ୍ମହତ୍ୟା କରିଛନ୍ତି। ଏଭଳି ଲୋମହର୍ଷଣକାରୀ ହତ୍ୟା ଘଟଣା ପଦାକୁ ଆସିବା ପରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇପଡିଛି। ଜିଲାରେ ସମସ୍ତେ ଧୁମ୍‌ଧାମରେ ରଜପର୍ବ ପାଳନ କରୁଥିବା ବେଳେ ଏଭଳିିି ଦୁଃଖଦ ଘଟଣା ସବୁଠି ଶୋକର ଛାୟା ଖେଳାଇ ଦେଇଛି। ଆନନ୍ଦପୁର ପୋଲିସ ଅପରାହ୍ନ ୪ଟାରେ ପହଞ୍ଚି ୩ ଝିଅ ଓ ବାପା ଦୁର୍ଗାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ୩ ଶିଶୁକନ୍ୟାଙ୍କୁ ଗୋଟିଏ ଘରେ ବନ୍ଦ କରି ନିଜେ ବାପା ଦୁର୍ଗା କିଭଳି ପରିସ୍ଥିତିରେ ସେମାନଙ୍କ ବେକକୁ ଟାଙ୍ଗିଆରେ କାଟି ବୀଭତ୍ସ ଭାବେ ହତ୍ୟା କଲେ ପୋଲିସ ତାହାର କୌଣସି ଟେର୍‌ ପାଇପାରି ନାହିଁ । ଖବର ଲେଖା ହେବା ଯାଏ ଘଟଣା ସମ୍ପୂର୍ଣ୍ଣ ରହସ୍ୟ ଘେରରେ ରହିଛି। ତେବେ ପରିବାରରେ ଅଭାବ ଅନଟନ ଓ ଅନିଶ୍ଚିତ ଭବିଷ୍ୟତ ଏଭଳି ହତ୍ୟାକାଣ୍ଡର କାରଣ ହୋଇପାରେ ଚର୍ଚ୍ଚା ହେଉଛି।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ଉଲିିବସା ଗ୍ରାମରେ ଦୁର୍ଗା ସିଦ୍ଦୁ ୩ ଝିଅ ଓ ନିଜ ବୃଦ୍ଧା ମା’ଙ୍କ ସହ ଗୋଟିଏ ବଖୁରା ଛାଳଛପର ଘରେ ରହୁଥିଲେ। ୩ ବର୍ଷ ତଳେ ତାଙ୍କ ସ୍ତ୍ରୀଙ୍କର ମତ୍ୟୁ ଘଟିଥିଲା। ସେବେଠାରୁ ତାଙ୍କ ମାନସିକ ସ୍ଥିତି କୁଆଡେ ଭଲ ନ ଥିଲା । ମୂଲ ମଜୁରୀ ଲାଗି ଦୁର୍ଗା ପରିବାର ଚଳାଇ ୩ ଝିଅଙ୍କୁ ପାଠ ପଢାଉଥିଲେ । ବଡଝିଅ ଗୁରୁବାରୀ (୯) ଗାଁ ସ୍କୁଲରେ ୪ର୍ଥ ଶ୍ରେଣୀରେ ପଢୁଥିବା ବେଳେ ମଝିଆ ଝିଅ ମାମିନା(୮) ତୃତୀୟ ଶ୍ରେଣୀରେ ଏବଂ ସବା ସାନଝିଅ ମୁକ୍ତା(ସାଢେ ୩) ଗାଁର ଅଙ୍ଗନଓ୍ବାଡି କେନ୍ଦ୍ରକୁ ପାଠ ପଢିବାକୁ ଯାଉଥିଲେ। ଶୁକ୍ରବାର ମଧ୍ୟାହ୍ନ ସମୟରେ ଦୁର୍ଗା ନିଜ ବୃଦ୍ଧା ମା’ ଗୁରୁବାରୀଙ୍କୁ ନିକଟସ୍ଥ ସାପ୍ତାହିକ ଗାଁ ହାଟକୁ ପଠାଇ ଦେଇ ୩ ଝିଅଙ୍କୁ ଘର ଭିତରେ ପୂରାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଭିତର ପଟୁ କବାଟ ବନ୍ଧ କରି ସେ ନିଜେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ବୃଦ୍ଧା ମା’ ଅପରାହ୍ନରେ ହାଟରୁ ଫେରି ଘର ଭିତର ପଟୁୁ କବାଟ ବନ୍ଦ ଥିବା ଦେଖି ଡାକ ପକାଇଥିଲେ । କେହି କିଛି ନ ଶୁଣିବାରୁ ସେ ଯାଇ ପଡିଶାଙ୍କୁ ଡାକିଥିଲେ । ଗାଁ ଲୋକେ ଆସି କବାଟ ଭାଙ୍ଗି ଘର ଭିତରର ଯେଉଁ ବୀଭତ୍ସ ଦୃଶ୍ୟ ଦେଖିଲେ ତାହା ସମସ୍ତଙ୍କୁ ହତଚକିତ କରିଦେଇଥିଲା। ୩ ଶିଶୁକନ୍ୟାଙ୍କ ରକ୍ତରେ ଭିଜିଥିଲା ଘରତଳ ମାଟି । ପାଖାପାଖି ହୋଇ ୩ ଝିଅଙ୍କ ମୃତଦେହ ପଡିରହିଥିଲା। ଥାନାରୁ ଘଟଣାସ୍ଥଳକୁ ଯାଇଥିବା ସ୍ବତନ୍ତ୍ର ଟିମ୍‌ ପାରିପାର୍ଶିକ ସ୍ଥିତି ଦେଖିବା ପରେ ପାଖପଡୋଶୀ ଓ ଦୁର୍ଗାଙ୍କ ବୃଦ୍ଧା ମା’ଙ୍କୁ ପଚରାଉଚୁରା କରିଥିଲା। କେବଳ ଉଲିିବସା ନୁହେଁ ଆଖପାଖ ଅଞ୍ଚଳର ଶତାଧିକ ଲୋକ ଆସି ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ। କାହାରି ମୁହଁରେ ନ ଥିଲା କିଛି ଭାଷା । ହତ୍ୟାକାଣ୍ଡର କାରଣ ପୋଲିସ ଖୋଜୁଥିବା ବେଳେ ଏ ନେଇ ସ୍ଥାନୀୟ ଲୋକେ ନାନା ଚର୍ଚ୍ଚା କରୁଛନ୍ତି। କୌଣସି ସରକାରୀ ସୁବିଧା ପାଇ ନ ଥିବା ଦୁର୍ଗା ହତାଶ ହୋଇ ଅଭାବ ଅନଟନ କାରଣରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଦୁର୍ଗାଙ୍କ ମାନସିକ ସ୍ଥିତି ଭଲ ନ ଥିବାରୁ ଏହା ହତ୍ୟାର କାରଣ ହୋଇ ପାରେ ବୋଲି ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି। ୩ ଝିଅ ଓ ବାପାଙ୍କ ମୃତଦେହକୁ ସନ୍ଧ୍ୟାରେ ପୋଲିସ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ଲାଗି ପଠାଇଛି। ସବିଶେଷ ତଦନ୍ତ ପରେ ସବୁ ତଥ୍ୟ ପଦାକୁ ଆସିବ ବୋଲି ଥାନା ଅଧିକାରୀ ଗଗନ ବିଶ୍ୱାଳ କହଛନ୍ତି । କିଭଳି ପରିସ୍ଥିତିରେ ସେମାନଙ୍କ ବେକକୁ ଟାଙ୍ଗିଆରେ କାଟି ବୀଭତ୍ସ ଭାବେ ହତ୍ୟା କଲେ ପୋଲିସ ତାହାର କୌଣସି ଟେର୍‌ ପାଇପାରି ନାହିଁ । ଖବର ଲେଖା ହେବା ଯାଏ ଘଟଣା ସମ୍ପୂର୍ଣ୍ଣ ରହସ୍ୟ ଘେରରେ ରହିଛି। ତେବେ ପରିବାରରେ ଅଭାବ ଅନଟନ ଓ ଅନିଶ୍ଚିତ ଭବିଷ୍ୟତ ଏଭଳି ହତ୍ୟାକାଣ୍ଡର କାରଣ ହୋଇପାରେ ଚର୍ଚ୍ଚା ହେଉଛି।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ଉଲିିବସା ଗ୍ରାମରେ ଦୁର୍ଗା ସିଦ୍ଦୁ ୩ ଝିଅ ଓ ନିଜ ବୃଦ୍ଧା ମା’ଙ୍କ ସହ ଗୋଟିଏ ବଖୁରା ଛାଳଛପର ଘରେ ରହୁଥିଲେ। ୩ ବର୍ଷ ତଳେ ତାଙ୍କ ସ୍ତ୍ରୀଙ୍କର ମତ୍ୟୁ ଘଟିଥିଲା। ସେବେଠାରୁ ତାଙ୍କ ମାନସିକ ସ୍ଥିତି କୁଆଡେ ଭଲ ନ ଥିଲା । ମୂଲ ମଜୁରୀ ଲାଗି ଦୁର୍ଗା ପରିବାର ଚଳାଇ ୩ ଝିଅଙ୍କୁ ପାଠ ପଢାଉଥିଲେ । ବଡଝିଅ ଗୁରୁବାରୀ (୯) ଗାଁ ସ୍କୁଲରେ ୪ର୍ଥ ଶ୍ରେଣୀରେ ପଢୁଥିବା ବେଳେ ମଝିଆ ଝିଅ ମାମିନା(୮) ତୃତୀୟ ଶ୍ରେଣୀରେ ଏବଂ ସବା ସାନଝିଅ ମୁକ୍ତା(ସାଢେ ୩) ଗାଁର ଅଙ୍ଗନଓ୍ବାଡି କେନ୍ଦ୍ରକୁ ପାଠ ପଢିବାକୁ ଯାଉଥିଲେ। ଶୁକ୍ରବାର ମଧ୍ୟାହ୍ନ ସମୟରେ ଦୁର୍ଗା ନିଜ ବୃଦ୍ଧା ମା’ ଗୁରୁବାରୀଙ୍କୁ ନିକଟସ୍ଥ ସାପ୍ତାହିକ ଗାଁ ହାଟକୁ ପଠାଇ ଦେଇ ୩ ଝିଅଙ୍କୁ ଘର ଭିତରେ ପୂରାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଭିତର ପଟୁ କବାଟ ବନ୍ଧ କରି ସେ ନିଜେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ବୃଦ୍ଧା ମା’ ଅପରାହ୍ନରେ ହାଟରୁ ଫେରି ଘର ଭିତର ପଟୁୁ କବାଟ ବନ୍ଦ ଥିବା ଦେଖି ଡାକ ପକାଇଥିଲେ । କେହି କିଛି ନ ଶୁଣିବାରୁ ସେ ଯାଇ ପଡିଶାଙ୍କୁ ଡାକିଥିଲେ । ଗାଁ ଲୋକେ ଆସି କବାଟ ଭାଙ୍ଗି ଘର ଭିତରର ଯେଉଁ ବୀଭତ୍ସ ଦୃଶ୍ୟ ଦେଖିଲେ ତାହା ସମସ୍ତଙ୍କୁ ହତଚକିତ କରିଦେଇଥିଲା। ୩ ଶିଶୁକନ୍ୟାଙ୍କ ରକ୍ତରେ ଭିଜିଥିଲା ଘରତଳ ମାଟି । ପାଖାପାଖି ହୋଇ ୩ ଝିଅଙ୍କ ମୃତଦେହ ପଡିରହିଥିଲା। ଥାନାରୁ ଘଟଣାସ୍ଥଳକୁ ଯାଇଥିବା ସ୍ବତନ୍ତ୍ର ଟିମ୍‌ ପାରିପାର୍ଶିକ ସ୍ଥିତି ଦେଖିବା ପରେ ପାଖପଡୋଶୀ ଓ ଦୁର୍ଗାଙ୍କ ବୃଦ୍ଧା ମା’ଙ୍କୁ ପଚରାଉଚୁରା କରିଥିଲା। କେବଳ ଉଲିିବସା ନୁହେଁ ଆଖପାଖ ଅଞ୍ଚଳର ଶତାଧିକ ଲୋକ ଆସି ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ। କାହାରି ମୁହଁରେ ନ ଥିଲା କିଛି ଭାଷା । ହତ୍ୟାକାଣ୍ଡର କାରଣ ପୋଲିସ ଖୋଜୁଥିବା ବେଳେ ଏ ନେଇ ସ୍ଥାନୀୟ ଲୋକେ ନାନା ଚର୍ଚ୍ଚା କରୁଛନ୍ତି। କୌଣସି ସରକାରୀ ସୁବିଧା ପାଇ ନ ଥିବା ଦୁର୍ଗା ହତାଶ ହୋଇ ଅଭାବ ଅନଟନ କାରଣରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଦୁର୍ଗାଙ୍କ ମାନସିକ ସ୍ଥିତି ଭଲ ନ ଥିବାରୁ ଏହା ହତ୍ୟାର କାରଣ ହୋଇ ପାରେ ବୋଲି ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି। ୩ ଝିଅ ଓ ବାପାଙ୍କ ମୃତଦେହକୁ ସନ୍ଧ୍ୟାରେ ପୋଲିସ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ଲାଗି ପଠାଇଛି। ସବିଶେଷ ତଦନ୍ତ ପରେ ସବୁ ତଥ୍ୟ ପଦାକୁ ଆସିବ ବୋଲି ଥାନା ଅଧିକାରୀ ଗଗନ ବିଶ୍ୱାଳ କହଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri