୩ ଜଣଙ୍କୁ ଲକ୍ଷ୍ନୌରୁ ଗିରଫ କଲା ସାଇବର ପୋଲିସ

ଭୁବନେଶ୍ୱର,(ବ୍ୟୁରୋ)୯ା୮:ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକଙ୍କ ଉତ୍ପାତ । ବାରମ୍ବାର ସଚେତନ ସତ୍ତ୍ୱେ ସହରବାସୀ ଚେତୁ ନାହାନ୍ତି। ବିଭିନ୍ନ ପ୍ରକାର ଲୋଭ ଦେଖାଇ ଲୋକଙ୍କଠାରୁ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏବେ କୌନ୍‌ ବନେଗା କୋରଡ ପତି (କେବିସି)ର ଲଟେରୀ ଲୋଭ ଦେଖାଇ ଜଣେ ଯୁବକଙ୍କଠାରୁ ୨ ଲକ୍ଷ ୪୦ ହଜାର ଟଙ୍କା ଠକି ନେଇଛନ୍ତି। ଏଥିରେ ସମ୍ପୃକ୍ତ ୩ ଠକଙ୍କୁ ଲକ୍ଷ୍ନୌରୁ ଗିରଫ କରିଛି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ। ସେମାନେ ହେଲେ ବିହାରର ଦୀପକ କୁମାର, ଲକ୍ଷ୍ନୌର ମୋହିତ ସିଂହ ଓ ମୋବିନ କୁମାର। ୩ ସାଇବର ଠକଙ୍କୁ ସାଇବର ଥାନା ପୋଲିସ ରବିବାର ଗିରଫ କରିବା ପରେ ଲକ୍ଷ୍ନୌ କୋର୍ଟରେ ହାଜର କରିଥିଲା। ଏହାପରେ ସେମାନଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ସୋମବାର ଭୁବନେଶ୍ୱର ପହଞ୍ଚତ୍ଛି। ଏଥିସହ ଗିରଫ ଅଭିଯୁକ୍ତଙ୍କ ଆକାଉଣ୍ଟ ସହ ସେଥିରେ ଥିବାବା ୯୦ ହଜାର ଟଙ୍କାକୁ ଜବତ କରାଯାଇଥିବା ସାଇବର ଥାନା ଅଧିକାରିଣୀ ରଶ୍ମିତା ଜେନା କହିଛନ୍ତି। ଅଭିଯୁକ୍ତ ଦୀପକ କେବିସିର ସ୍ବପ୍ନ ଦେଖାଇ ଲୋକଙ୍କଠାରୁ ୩୦ଟି ଆକାଉଣ୍ଟ ଆଣି ବିହାରର ମୁଖ୍ୟ ଅଭିଯୁକ୍ତ ରତନଙ୍କୁ ଦେଉଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି। ତେଣୁ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଚାଲିଛି। ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସାଇବର ଥାନା ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁସାରେ, କେନ୍ଦ୍ରାପଡା ରାଜକନିକାର ବାବୁରାମ ସାମଲ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହି ଏକ ସିକ୍ୟୁରିଟି ସଂସ୍ଥାରେ କାମ କରନ୍ତି । ୨୬ ଜୁଲାଇରେ ବାବୁରାମଙ୍କ ହ୍ବାଟ୍ସଆପ୍‌କୁ ଏକ ମେସେଜ ଆସିଥିଲା। ଯେଉଁଥିରେ କେବିସିର ୨୫ ଲକ୍ଷ ଟଙ୍କାର ଏକ ଲଟେରି ତାଙ୍କ ନାମରେ ଉଠିଥିବା ଓ ଏକ ନମ୍ବରରେ ଯୋଗାଯୋଗ କରିବାକୁ ଉଲ୍ଲେଖ ଥିଲା। ଏହାପରେ ବାବୁରାମ ଉକ୍ତ ନମ୍ବରକୁ ଫୋନ କରିବାରୁ ଅଭିଯୁକ୍ତ ଠକ ବାବୁରାମଙ୍କୁ ଲଟେରି ଜିତିଛ ବୋଲି କହିଥିଲେ। ଏଥିପାଇଁ ଟାକ୍ସ ବାବଦକୁ ୨ ଲକ୍ଷ ୪୦ ହଜାର ଡିପୋଜିଟ୍‌ କଲେ ତୁବମ ଆକାଉଣ୍ଟକୁ ୨୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହେବ। ସାଇବର ଠକ କଥାକୁ ବିଶ୍ୱାସ କରି ବାବୁରାମ ୩ଟି ଆକାଉଣ୍ଟରେ ୨ ଲକ୍ଷ ୪୦ ଟଙ୍କା ଟ୍ରାନ୍ସଫର କରିଥିଲେ। ହେଲେ ଏହାପରେ କୌଣସି ଟଙ୍କା ତାଙ୍କ ଆକାଉଣ୍ଟକୁ ଆସି ନ ଥିଲା। ଏହାପରେ ବାବୁରାମ ଉକ୍ତ ନମ୍ବରରେ ଯୋଗାଯୋଗ କରିବାରୁ ଫୋନ ସୁଇଚ୍‌ ଅଫ୍‌ ଦେଖାଇଲା। ସେ ଠକେଇର ଶିକାର ହେବା ଜାଣିବା ପରେ ଗତ ୫ ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୋଲିସ ଉକ୍ତ ଆକାଉଣ୍ଟକୁ ଯାଞ୍ଚ କରିବାରୁ ଏହା ଲକ୍ଷ୍ନୌର ବୋଲି ଜାଣିବାକୁ ପାଇଲେ। ତୁରନ୍ତ ସାଇବର ଥାନା ପୋଲିସ ଗତ ୬ ତାରିଖରେ ଲକ୍ଷ୍ନୌ ଯାଇ ୭ ତାରିଖରେ ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri