୩୨୮ବର୍ଷ ପରେ ପୁନରାବୃତ୍ତି: ୧୫୫ବର୍ଷ ବନ୍ଦ ରହିଛି ରଥଯାତ୍ରା

ପୁରୀ ଅଫିସ,୧୯।୬: କରୋନା ପାଇଁ ଚଳିତବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ହେବ ନାହିଁ। ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୩୨୮ବର୍ଷ ପରେ ଇତିହାସର ପୁନରାବୃତ୍ତି ଘଟିବାକୁ ଯାଉଛି। ୧୬୯୨ରେ ଶ୍ରୀମନ୍ଦିର ଉପରେ ଏକ୍ରାମ୍‌ ଖଁା ଆକ୍ରମଣ କରିଥିଲେ। ହଠାତ୍‌ ଆକ୍ରମଣ ହୋଇଥିବାରୁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ବେଢାରେ ଥିବା ମା’ ବିମଳାଙ୍କ ମନ୍ଦିର ପଛପଟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଶ୍ରୀଜୀଉଙ୍କୁ ବ୍ରହ୍ମଗିରିର କୋକଲଗଡ଼ସ୍ଥିତ ଭଗବତୀଙ୍କ ମନ୍ଦିରକୁ ନିଆଯାଇଥିଲା। ଆକ୍ରମଣ ପରେ ଦିଅଁ ଫେରିଥିଲେ ଶ୍ରୀମନ୍ଦିରକୁ। ଆରମ୍ଭ ହୋଇଥିଲା ଉପାସନା। ମନ୍ଦିରର ଚାରି ଦୁଆର ବନ୍ଦ କରାଯାଇ ଅଳ୍ପ କେତେକ ପାଳିଆ ସେବକ ଦକ୍ଷିଣ ଦ୍ୱାରର ଗୁପ୍ତ କବାଟ ଦେଇ ଭିତରକୁ ଯାଇ ନୀତିକାନ୍ତି କରିଥିଲେ। ଏହାର କିଛି ଦିନ ପରେ ମନ୍ଦିର ପରିସରରେ ରଥଯାତ୍ରା କରାଯାଇଥିଲା। ହେଲେ ସେଠି ନ ଥିଲେ ଭକ୍ତ। ଦୀର୍ଘବର୍ଷ ପରେ କରୋନା ମହାମାରୀ ସମାନ ଅବସ୍ଥା ସୃଷ୍ଟି କରିଛି। ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ସେବାୟତ, ଭକ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଛି ନୈରାଶ୍ୟଭାବ। ପୁରୀର ବିଭିନ୍ନ ସଂଗଠନ ପକ୍ଷରୁ ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ଦାବି ହୋଇଛି।
ଅପରପକ୍ଷରେ ଇତିହାସକୁ ଅବଲୋକନ କଲେ ମହାପ୍ରଭୁଙ୍କ ରଥଯାତ୍ରା କିଛି ନୂଆ କଥା ନୁହେଁ । ବିଭିନ୍ନ କାରଣରୁ ବର୍ଷ ବର୍ଷ ଧରି ଶ୍ରୀଜୀଉଙ୍କ ଏହି ମାନବୀୟ ଲୀଳା ଅନୁଷ୍ଠିତ ହୋଇପାରି ନାହିଁ । ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ହୋଇଥିଲା। ଇତିହାସରୁ ଜଣାପଡ଼େ ଲୁଣ୍ଠନ ଆଶାରେ ଯବନ ଓ ବିଧର୍ମୀଙ୍କ ଆକ୍ରମଣ ଯୋଗୁ ୨୨ଥର ମହାପ୍ରଭୁଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିଥିଲା। ଶ୍ରୀକ୍ଷେତ୍ର ଛାଡ଼ି ୧୬୪ ବର୍ଷ ୪ମାସ ବାହାରେ ରହିଥିଲେ ଦାରୁଦିଅଁ। ଏହି ସମୟ ମଧ୍ୟରେ ମାତ୍ର ୮ଥର ଶ୍ରୀକ୍ଷେତ୍ର ବାହାରେ ଏବଂ ଥରେ ଶ୍ରୀମନ୍ଦିର ଭିତରେ ହିଁ ରଥଯାତ୍ରା ସମ୍ଭବ ହୋଇପାରିଥିଲା। ଅର୍ଥାତ ମହାପ୍ରଭୁଙ୍କ ରଥଯାତ୍ରା ୧୫୫ବର୍ଷ କାଳ ବନ୍ଦ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri