୩୨ଦିନ ମୃତ୍ୟୁ ସହ ଛକାପଞ୍ଝା

ଓ୍ବେଲିଂଟନ: ସମୁଦ୍ରର ଅଥଳ ଜଳରାଶି। ଦୀର୍ଘ ୩୨ଦିନ ମୃତ୍ୟୁ ସହ ଛକାପଞ୍ଝା। ଶେଷରେ ବଞ୍ଚିବାର ଇଚ୍ଛା ଆଗରେ ହାରିଯାଇଛି ମୃତ୍ୟୁ। ହଲିଉଡ୍‌ ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିବା ଏଭଳି ଏକ ଘଟଣା ଘଟିଛି ପ୍ରଶାନ୍ତ ମହାସାଗରରେ। ମୃତ୍ୟୁପଞ୍ଝାରୁ ବଞ୍ଚତ୍ୟାଇଥିବା ପାପୁଆ ନ୍ୟୁଗିନିର ସମ୍ପୃକ୍ତ ୪ଜଣ ବ୍ୟକ୍ତି ବଖାଣିଛନ୍ତି ସେମାନଙ୍କ ସହ ଘଟିଥିବା ଅଙ୍ଗେନିଭା କାହାଣୀ। ବର୍ଷା ପାଣି ଏବଂ ନଡ଼ିଆ ସେମାନଙ୍କୁ ଏତେ ଦିନ ଧରି ବଞ୍ଚାଇ ରଖିଥିବା ସେମାନେ କହିଛନ୍ତି।
ପାପୁଆ ନ୍ୟୁଗିନିର ବୋଗେନଭିଲ ପ୍ରାନ୍ତର ଏକ ଦଳ ଗତ ଡିସେମ୍ବର ୨୨ରେ ଖ୍ରୀଷ୍ଟମାସ୍‌ ପାଳନ କରିବାକୁ କାର୍ଟେଟ୍‌ ଦ୍ୱୀପ ଅଭିମୁଖେ ବାହାରିଥିଲେ। ଉକ୍ତ ସ୍ଥାନ ବୋଗେନଭିଲଠାରୁ ୧୦୦ କିମି ଦୂରରେ ଅବସ୍ଥିତ। ବଞ୍ଚିଯାଇଥିବା ବ୍ୟକ୍ତି ଡୋମିନିକ୍‌ ଷ୍ଟେଲି କୁହନ୍ତି, ଦ୍ୱୀପକୁ ଯିବା ସମୟରେ ଛୋଟ ନୌକାଟି ବୁଡ଼ିଯାଇଥିଲା। ଡଙ୍ଗାରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୪ଜଣ ବୁଡ଼ିଗଲେ। ଅନ୍ୟମାନେ ବହୁକଷ୍ଟରେ ନୌକାକୁ ସିଧା କରିବାରେ ସଫଳ ହେଲୁ। ହେଲେ କୂଳକୁ ଆସିବା ବଦଳରେ ଦିଗହରା ହୋଇ ଦୂରକୁ ଚାଲିଗଲୁ। ପରିସ୍ଥିତି ପ୍ରତିକୂଳ ଥିଲା। ଭୋକ, ଶୋଷରେ ଆଉଟୁପାଉଟୁ ହେବା ଛଡ଼ା ଅନ୍ୟ ପନ୍ଥା ନ ଥିଲା। ତା’ସାଙ୍ଗକୁ ଅଶାନ୍ତ ସମୁଦ୍ର ପ୍ରତି ମୁହୂର୍ତ୍ତରେ ପରୀକ୍ଷା ନେଉଥିଲା। ପ୍ରତିକୂଳ ପରିବେଶ ସତ୍ତ୍ୱେ ବହୁକଷ୍ଟରେ ୮ ଜଣ ହିଁ ଜୀବନ ବଞ୍ଚାଇ ପାରିଥିଲୁ। ସେମାନଙ୍କ ମଧ୍ୟରେ ଜଣେ ଦମ୍ପତି ଏବଂ ତାଙ୍କ ଛୁଆ ଥିଲେ। ମାତ୍ର କିଛି ଦିନ ମଧ୍ୟରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା। ଛୁଆକୁ ସମ୍ଭାଳିବା ଦାୟିତ୍ୱ କାନ୍ଧରେ ପଡ଼ିଲା। ସବୁ ଚେଷ୍ଟା ସତ୍ତ୍ୱେ ଛୁଆକୁ ବି ବଞ୍ଚାଇ ହେଲାନି। ଏହିପରି ୮ଜଣଙ୍କ ମଧ୍ୟରୁ ୪ଜଣ ମୃତ୍ୟୁମୁଖରେ ପଡ଼ିଲେ। ମୃତଦେହକୁ ସମୁଦ୍ରରେ ଫିଙ୍ଗି ଦେବାକୁ ବାଧ୍ୟ ହେଲୁ। ସମୁଦ୍ର ମଧ୍ୟରେ ଥିବାବେଳେ ଅନେକ ମାଛମରା ବୋଟ ଡଙ୍ଗା ନିକଟରେ ଯାଇଥିଲା। ହେଲେ କାହାରି ନଜର ଆମ ଉପରେ ପଡ଼ି ନ ଥିଲା। ଶେଷରେ ଈଶ୍ୱର ଆମ ପ୍ରାର୍ଥନା ଶୁଣିଲେ। ଏକ ମାଛଧରା ଡଙ୍ଗା ଆମକୁ ଦେଖିଲା। ନ୍ୟୁ କଲେଡୋନିଆ ତଟରୁ ୨୦୦୦କିମି ଦୂର ସମୁଦ୍ର ଭିତରୁ ୨୩ ଜାନୁୟାରୀରେ ସମସ୍ତଙ୍କୁ ଉଦ୍ଧାର କରାଗଲା। ପାପୁଆ ନ୍ୟୁଗିନିରେ ଚିକିତ୍ସା ପରେ ସମସ୍ତଙ୍କୁ ମୁକ୍ତ କରି ଦିଆଯାଇଥିବା ଡୋମିନିକ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri