Categories: ପୁରୀ

୩୦୦ ପରିବାରକୁ ରାଶନ ସାମଗ୍ରୀ ବଣ୍ଟନ

ପିପିଲି,୨୮।୪(ଡି.ଏନ୍‌.ଏ./ସ୍ବ.ପ୍ର.): ପିପିଲି ବ୍ଲକ ଅଧୀନ ତେଇସିପୁର ପଞ୍ଚାୟତର ନୂଆଗୋଡି ଗ୍ରାମରେ ଦିଗମ୍ବର ଜୈନ ସମାଜ ସଂଗଠନ ପକ୍ଷରୁ ଲକଡାଉନ ଯୋଗୁ ଅସୁବିଧାରେ ଥିବା ୩୦୦ ଗରିବ ପରିବାରଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି। ଏହି ସଂଗଠନର ସଦସ୍ୟ ସୌରଭ ଜୈନ ଓ ତରୁଣ ଚୌଧୁରୀ ଜୈନ ପ୍ରମୁଖ ନୂଆଗୋଡି ଗ୍ରାମରେ ପହଞ୍ଚତ୍ ସ୍ଥାନୀୟ ସମିତିସଭ୍ୟ ତଥା ଆମତ୍ା ଅଧ୍ୟକ୍ଷ ଧରଣୀଧର ସାହୁ, ସରପଞ୍ଚ ନରେନ୍ଦ୍ର ଦାଶ, ୱାର୍ଡମେମ୍ବର ମିର ଆଜାଦ୍‌ଙ୍କ ଉପସ୍ଥିତିରେ ଗ୍ରାମର ସମସ୍ତ ଘର ଘର ବୁଲି ଲୋକଙ୍କୁ ସଚେତନତା କରିବା ସହ ରାଶନ ସାମଗ୍ରୀ ବଣ୍ଟନ କରିଥିଲେ। ପ୍ରତି ପ୍ୟାକେଟରେ ଉଷୁନା ଚାଉଳ ୫କେଜି, ଅରୁଆ ଚାଉଳ ୨କେଜି, ଡାଲି ୧କେଜି, ତେଲ ୫୦୦ଗ୍ରାମ, ଚୁଡା ୧କେଜି, ଚିନି ୫୦୦ଗ୍ରାମ, ଚା ୫୦ଗ୍ରାମ, ଲୁଣ ୧କେଜି, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ୧୦୦ଗ୍ରାମ ସହ ଦିଆସିଲ ୧ ପ୍ୟାକେଟ ରହିଥିବା ବେଳେ ୩ଶହ ପରିବାରକୁ ପ୍ରଦାନ କରାଯାଇଛି। ଲକଡାଉନ ଯୋଗୁ ରୋଜଗାର ହରାଇ ଭୋକଉପାସରେ ଥିବା ଏହି ଗରିବ ପରିବାରଙ୍କୁ ଘରକୁ ଯାଇ ରାସନ ସାମଗ୍ରୀ ଯୋଗାଇ ଥିବାରୁ ଜୈନ ସମାଜକୁ ଅଞ୍ଚଳରେ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି।