Categories: ପୁରୀ

୩୦ପେଟି ଦେଶୀ ମଦ ଜବତ, ୨ ଗିରଫ

ଗୋପ,୩୦ା୪(ଡି.ଏନ.ଏ): କରୋନା ରୋକିବା ପାଇଁ ଲକଡାଉନ ଜାରି ହୋଇଥିବାବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ହେଲେ ଗୋପ ଥାନା ଅଞ୍ଚଳରେ ଚୋରାରେ ମଦ ବିକ୍ରି ହେଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଛି। ଏ ନେଇ ବୁଧବାର ବିଳମ୍ବିତ ରାତିରେ ଗୋପ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩୩ପେଟି ଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଏହି ଥାନା ଅନ୍ତର୍ଗତ ନୟାହାଟ ଅଞ୍ଚଳର ସୁଶାନ୍ତ କୁମାର ନାୟକ ଓ ରଞ୍ଜିତ କାର୍ତ୍ତିକ। ଏ ନେଇ ପୋଲିସ ନଂ.୧୧୧/୨୦ରେ ଏକ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ଗୋପ ଅଞ୍ଚଳରେ ଚୋରାରେ ମଦ ବିକ୍ରି ନେଇ ଚଢ଼ାଉ ହେଉଥିଲେ ମଧ୍ୟ ମଦ ମାଫିଆମାନଙ୍କୁ ଧରି ପାରୁ ନ ଥିଲା। କିନ୍ତୁ ବୁଧବାର ନୟାହାଟ ଫାଣ୍ଡି ନିକଟ ନୟାହାଟ ବଜାରରେ ଥିବା ଏକ ବିଦେଶୀ ଦୋକାନରେ ଓଡି ୦୨ ଏଭି ୧୮୨୪ନଂ. ବିଶିଷ୍ଟ ପିକ୍‌ଅପ ଭ୍ୟାନରେ ଦେଶୀ ମଦ ଖାଲି ହେଉଥିଲ। ଖବରପାଇ ପୋଲିସ ପହଞ୍ଚତ୍ ପଚରାଉଚୁରା ବେଳେ ମଦ ମାଫିଆମାନେ ସେମାନଙ୍କୁ ଠେଲି ମଦ ଗାଡ଼ି ନେଇ ଫେରାର ହୋଇଯାଇଥିଲେ। ଫଳରେ ପୋଲିସ ପିଛା କରି ଗାଡ଼ି ସହ ୩ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। କିନ୍ତୁ ଦୁଇ ମଦ ମାଫିଆଙ୍କୁ ଗିରଫ କରିଥିବାବେଳେ ଅନ୍ୟଜଣଙ୍କୁ କେବଳ ପଚରାଉଚୁରା କରି ଛାଡି ଦେଇଥିବା ଜଣାପଡ଼ିଛି। ଅନ୍ୟପଟେ ନୟାହାଟ ଫାଣ୍ଡି ଅଞ୍ଚଳରେ ବ୍ୟାପକ ପରିମାଣରେ ଦେଶୀ ମଦ ଖୋଲାଖୋଲି ବିକ୍ରି ହେଉଥିବା ବେଳେ ପୋଲିସ ଟଙ୍କା ନେଇ ଚୁପ ରହୁଥିବା ଅଭିଯୋଗ ହେଉଛି। ୨ ଅଭିଯୁକ୍ତଙ୍କୁ ମାନ୍ୟବର କୋର୍ଟ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଗୋପ ଥାନା ଅଧିକାରୀ ସୁଧୀର କୁମାର ସାହୁ କହିଛନ୍ତି।