୩ଶହ ଲିଟର ଦେଶୀମଦ ଜବତ, ୩ କୋର୍ଟଚାଲାଣ

ଗୋପାଳପୁର,୨୧ା୫- ଏକ ପିକଅପ୍‌ ଭ୍ୟାନ (ନଂ.ଓଡି୦୭ଡି-୨୦୧୫) ହରିପୁର ରାସ୍ତା ଦେଇ ଗୋପାଳପୁର ଯାଉଥିବାବେଳେ ଜିଲା ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଓ ଗୋପାଳପୁର ଅବକାରୀ କର୍ମଚାରୀ ନାରାୟଣପୁର ଛକ ନିକଟରେ ଚଢ଼ାଉ କରିଥିଲେ। ଭ୍ୟାନ୍‌ରୁ ୩୦୦ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲେ। ସେମାନେ ହେଲେ ନୋଳିଆ ନୂଆଗଁାର ଜେ. ନାରାୟଣ, ଏସ୍‌. ସନ୍ୟାସୀ। ଗୋପାଳପୁର ଅବକାରୀ କାର୍ଯ୍ୟାଳୟରେ କେଶ ନଂ.୯/୨୦-୨୧ ରୁଜୁ କରାଯାଇଛି। ଉକ୍ତ ରାସ୍ତାଦେଇ ଏକ ବାଇକ ଯୋଗେ ଯାଉଥିବା ଏ. ଗୋରେୟାଙ୍କଠାରୁ ମଧ୍ୟ ୧୦ ଲିଟର ଦେଶୀମଦ ଜବତ କରାଯାଇଥିଲା। ନଂ.୨୨/୨୦୨୦-୨୧ରେ ମାମଲା ରୁଜୁ ହୋଇଛି। ୩ ଅଭିଯୁକ୍ତଙ୍କୁ ଅପରାହ୍ନରେ କୋର୍ଟଚାଲାଣ କରାଯାଇଥିଲା।