୩ବର୍ଷର ସଂଘର୍ଷ ପରେ ମିଳିଲାନି ନ୍ୟାୟ : ଥାନା ଆଗରେ ରାଜପଥ ଅବରୋଧ କଲେ ବାସନ୍ଦ ପରିବାର

ନୟାଗଡ଼ ଅଫିସ, ୪ା୨: ନୟାଗଡ଼ ଜିଲା ଇଟାମାଟି ଥାନା ଭୂତଡିହି ଗାଁର ୪ ବାସନ୍ଦ ପରିବାର ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ନ୍ୟାୟ ପାଇଁ ପରିବାର ସଦସ୍ୟ ପ୍ରାୟ ୩ବର୍ଷ ହେଲା ବିଭିନ୍ନ ସମୟରେ ଏସ୍‌ପି, ଜିଲାପାଳ, ଥାନା, ମାନବିକ ଅଧିକାର କମିଶନଙ୍କୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ପାଇଲେ ନାହିଁ। ଶେଷରେ ଥାନା ସମ୍ମୁଖରେ ସୋମବାର ମଧ୍ୟାହ୍ନ ୧୨ଟାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ ଅବରୋଧ କରିବାକୁ ବାଧ୍ୟ ହୋଇଥିଲେ। ଇଟାମାଟି ପୋଲିସ ୨୪ ଘଣ୍ଟା ମହଲତ ମାଗି ତଦନ୍ତକୁ ତ୍ୱରାନ୍ବିତ କରି ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେବା ପରେ ସାଢ଼େ ୧୨ଟାରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ତେବେ ବାସନ୍ଦ ହୋଇଥିବା ଯୋଗୀନାଥ ନାୟକଙ୍କ ପରିବାର ପୋଲିସକୁ କହିଛନ୍ତି ନ୍ୟାୟ ନ ମିଳିଲେ ପୁଣି ମଙ୍ଗଳବାର ଥାନା ସମ୍ମୁଖରେ ରାସ୍ତା ଅବରୋଧ କରିବେ।
ଯୋଗୀନାଥଙ୍କ ପୁଅ ରବୀନ୍ଦ୍ର ନାୟକ କୁହନ୍ତି, ମୁଁ ଗ୍ରାମ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲି। ଗଁାର ବାର୍ଷିକ ଆୟ ୧୮ ହଜାର ଟଙ୍କା। ଏପରିସ୍ଥଳେ ଗାଁର ୩ ଲକ୍ଷ ୧୮ ହଜାର ଟଙ୍କା ଆମତ୍ସାତ୍‌ କରିଥିବା ନେଇ ମୋ ନଁାରେ ମିଥ୍ୟା ଆରୋପ ଲଗାଗଲା। ଅଭିଯୋଗ ପରେ କେଉଁ କ୍ଷେତ୍ରରେ ଅନିୟମିତତା ହୋଇଛି ତା’ର ପ୍ରମାଣ ଦେବାକୁ ମୁଁ କହିଥିଲି। ହେଲେ ମୋ କଥାକୁ ଅଣଦେଖା କରି ମୋତେ ୪ ଲକ୍ଷ ୯୦ ହଜାର ଟଙ୍କା ଜରିମାନା କରାଗଲା। ଜରିମାନା ନ ଦେବାରୁ ବାସନ୍ଦ କରାଗଲା। ଦୋକାନରୁ ସଉଦା କିଣିବାକୁ ମନା କରାଗଲା। ଗାଁ ଲୋକମାନେ କଥାବାର୍ତ୍ତା ହେଲେ ନାହିଁ। ଅନ୍ୟପକ୍ଷେ ଅଲଗା ହୋଇ ରହୁଥିବା ମୋ ବାପା, ମଝିଆ ଭାଇ ପ୍ରକାଶ ଓ ସାନଭାଇ ପ୍ରତାପଙ୍କ ପରିବାରକୁ ବାସନ୍ଦ କରାଗଲା। ମୋ ସହ ସେମାନଙ୍କର ନେଣଦେଣ ନ ଥିଲା। ଆମେ ୪ ପରିବାରର ୧୪ଜଣ ରୋଷର ଶିକାର ହେଲୁ। କିଛିଦିନର ବ୍ୟବଧାନ ପରେ ୯ ବଖରା ଛାତ, ୭ ବଖରା ଆଜବେଷ୍ଟସ୍‌, ୩ ଚାଳଘରକୁ ଭାଙ୍ଗିଦେଲେ। ଘରୁ ଉପକରଣ ଲୁଟି ନେଲେ। ପରେ ମାରପିଟ୍‌ କରି ଘରୁ ୧୪ ସଦସ୍ୟଙ୍କୁ ଧକ୍କା ମାରି କାଢ଼ି ଦେଲେ। ବର୍ତ୍ତମାନ ୬ ଏକର ଜମି ପଡିଆ ପଡିଛି। ରୋଜଗାର ନାହିଁ। ଦିନେ ଦିନେ ଉପବାସ ରହିବାକୁ ପଡୁଛି। ଯୋଗୀନାଥଙ୍କ କହିବା କଥା ଭୁଲ ଠିକ୍‌ର ହିସାବ କରାଗଲା ନାହିଁ। ମୋର ୩ ପୁଅ ଭିନେ ହୋଇଥିଲେ ମଧ୍ୟ ବାସନ୍ଦ କରି ମାରପିଟ କରି କାଢ଼ିଦେଲେ। ରହିବାକୁ ଘର ନାହିଁ। କେତେବେଳେ କେଉଁଠି ରହୁଛୁ ତା’ର ହିସାବ ନାହିଁ। ପରିବାରର ବିଭିନ୍ନ ସଦସ୍ୟଙ୍କ ନଁାରେ ମିଥ୍ୟାରେ ୧୦ରୁ ଊର୍ଦ୍ଧ୍ୱ ମକଦ୍ଦମା ଛନ୍ଦି ଦେଇଛନ୍ତି। ଯୋଗୀନାଥଙ୍କ ବୋହୂ ସବିତା ନାୟକ କୁହନ୍ତି, ୩ ବର୍ଷ ଧରି ଅଭିଶପ୍ତ ଜୀବନଯାପନ କରୁଥିଲେ ମଧ୍ୟ ଆମ ଦୁଃଖ କେହି ବୁଝୁ ନାହାନ୍ତି। ସହିବାର ସୀମା ଟପିଯାଇଥିବାରୁ ନ୍ୟାୟ ପାଇଁ ଇଟାମାଟି ଥାନା ସମ୍ମୁଖରେ ରାସ୍ତା ଅବରୋଧ କରିଥିଲୁ। ପୋଲିସ ୨୪ ଘଣ୍ଟାର କଣ୍ଟ ଦେଇଛି। ଏହି ସମୟ ମଧ୍ୟରେ ନ୍ୟାୟ ନ ମିଳିଲେ ରାସ୍ତା ଅବରୋଧ କରି ସେଠାରେ ପ୍ରାଣ ହରାଇବୁ। ଏ ସମ୍ପର୍କରେ ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀ କୁହନ୍ତି, ଭୂତଡିହି ଗଁାର ରବୀନ୍ଦ୍ର ନାୟକଙ୍କ ବାସନ୍ଦ ଓ ଘରଭଙ୍ଗା ଘଟଣା କେଉଁ ଦିନରୁ ସମାଧାନ ହୋଇ ସାରନ୍ତାଣି। ତେବେ ତାଙ୍କ ପରିବାର ଜିଦ୍‌ରେ ଅଟଳ ରହୁଥିବାରୁ ସମାଧାନ ହୋଇପାରୁନି। ଘଟଣା ସମ୍ପର୍କରେ ଏସ୍‌ପିଙ୍କ ସହ ଯୋଗାଯୋଗ କରାଯାଇଛି। ପୁଣି ବିବାଦର ସମାଧାନ କରାଯିବାକୁ ପ୍ରଚେଷ୍ଟା କରାଯିବ। ସମାଧାନ ବେଳେ ନିଜେ ଏସ୍‌ପି ଉପସ୍ଥିତ ରହିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri