୨.୬ ଲକ୍ଷ ସହାୟତା ଦେଲା ଯୁବ ବିଜେଡି

ଢେଙ୍କାନାଳ ଅଫିସ, ୧୮।୪ – ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସରେ ଢେଙ୍କାନାଳ ଜିଲା ଯୁବ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨ଲକ୍ଷ ୬ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଜିଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡ଼ା ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳଙ୍କୁ ଏ ସମ୍ପର୍କିତ ଡିମାଣ୍ଡ ଡ୍ରାଫ ପ୍ରଦାନ କରିଛନ୍ତି। ଲକ୍‌ଡାଉନ ସମୟରେ ଦଳ ପକ୍ଷରୁ ଅସହାୟ ବ୍ୟକ୍ତି, ଅତ୍ୟାବଶ୍ୟକ ସାମଗ୍ରୀ ନେବାଆଣିବା କରୁଥିବା ଗାଡ଼ିଚାଳକ, ତାଙ୍କ ସହଯୋଗୀଙ୍କୁ ରନ୍ଧାଖାଦ୍ୟ, ମାସ୍କ, ପାଣି ବୋତଲ ପ୍ରଦାନ କରାଯାଉଛି। ବୁଲା ଜନ୍ତୁଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଥିବା ଜିଲା ଯୁବ ବିଜେଡି ସଭାପତି ସୂଚନା ଦେଇଛନ୍ତି । ବିନୋଦ ମହାନ୍ତି, ଦେବାଶିଷ ମିଶ୍ର, ଶ୍ରୀକାନ୍ତ ଧଳ, ଲଲାଟ ରଞ୍ଜନ ସାହୁ, ପ୍ରଦୀପ ରାଉତ, ନରୋତ୍ତମ ମହାନ୍ତି, କାହ୍ନୁ ସାହୁ, ଅବିନାଶ ଜେନା, ମଙ୍ଗତଲାଲ କଟରକା, ଗଙ୍ଗାଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।