୨.୫ ଲକ୍ଷ ଟଙ୍କାର କାଠ ଜବତ

ଢେଙ୍କାନାଳ ଅଫିସ, ୧୮ା୧ – ଢେଙ୍କାନାଳ ସଦର ରେଞ୍ଜ୍‌ ତାଳବରକୋଟ ଗ୍ରାମ ନିକଟ ଶାମୁକାତଇଲା ଶାଳ ଜଙ୍ଗଲରେ କାଠମାଫିଆ ସକ୍ରିୟ ହୋଇଉଠିଛନ୍ତି। ବନ ବିଭାଗ ସ୍ଥାଣୁ ପାଲଟିଥିବାବେଳେ ଏହାର ସୁଯୋଗରେ ଜଙ୍ଗଲରୁ ମୂଲ୍ୟବାନ କାଠ ଚାଲାଣ କରାଯାଉଛି। ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ଅଞ୍ଚଳବାସୀ ଆନୁମାନିକ ୨ଲକ୍ଷ ୫୦ ହଜାର ଟଙ୍କାର ଶାଳକାଠ ଜବତ କରି ବନ ବିଭାଗ ଜିମା ଦେଇଛନ୍ତି। ଶାଳ କାଠଗୁଡ଼ିକ ୫ଫୁଟରୁ ୯ଫୁଟ ଯାଏ ଗୋଲେଇ ବିଶିଷ୍ଟ। ୮୦ ଘନଫୁଟର ୨୦ଖଣ୍ଡ ଲଗ୍‌କୁ ଜବତ କରାଯାଇଛି।
ଗ୍ରାମବାସୀଙ୍କ କହିବା କଥା, ମାଫିଆମାନେ ଟ୍ରକ୍‌ ଯୋଗେ କାଠ ଚାଲାଣ କରୁଥିବା ସୂଚନା ପାଇ ବନ ବିଭାଗକୁ ଅବଗତ କରାଯାଇଥିଲା। ହେଲେ ଏହାକୁ କେହି ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ସେମାନେ ବାଧ୍ୟ ହୋଇ ଘଟଣାସ୍ଥଳକୁ ଯାଇଥିଲେ। ଦୁର୍ବୃତ୍ତମାନେ ୮୦ଘନ ଫୁଟ କାଠ ଛାଡ଼ି ଟ୍ରକ୍‌ ଧରି ଜଙ୍ଗଲକୁ ପଳାଇଥିଲେ। ଏ ନେଇ ଫରେଷ୍ଟର ପ୍ରଫୁଲ୍ଲ ସେଠୀ କୁହନ୍ତି, ଜଙ୍ଗଲରେ କାଠ ପଡ଼ିଥିବା ସୂଚନା ପାଇ ଯାଇଥିଲୁ। କାଠ ଜବତ କରାଯାଇଛି। ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିଛି। ହାତୀଙ୍କୁ ଘଉଡ଼ାଇବାରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହାର ସୁଯୋଗ ନେଇ କାଠ ମାଫିଆମାନେ ଜଙ୍ଗଲରୁ ଗଛ କାଟୁଛନ୍ତି। ପାଟ୍ରୋଲିଂ କରାଯାଉଛି। ଗତ ୧୧ ତାରିଖରେ ୩୪ ଘନଫୁଟ କାଠ ଜବତ କରାଯାଇଥିଲା। ୨ ମାସ ତଳେ ମଧ୍ୟ କାଠ ଜବତ ହୋଇଥିବା ଫରେଷ୍ଟର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri