Categories: ଖେଳ

୨-୧ରେ ସିରିଜ୍‌ ହାତେଇଲା ଟିମ୍‌ ଇଣ୍ଡିଆ

ଇନ୍ଦୋର,୫।୧୦: ମଧ୍ୟପ୍ରଦେଶର ଇନ୍ଦୋର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ସିରିଜ୍‌ର ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତକୁ ଦକ୍ଷିଣ ଆଫ୍ରିକା ୪୯ ରନ୍‌ରେ ପରାସ୍ତ କରିଛି। ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଥିଲା।

ରିଲି ରୁଷୋଙ୍କ ବିସ୍ଫୋରକ ଶତକ (୪୮ ବଲରେ ଅପରାଜିତ ୧୦୦) ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୨୨୭ ରନ୍‌ କରିଥିଲା । ଫଳରେ ଭାରତ ଆଗରେ ୨୨୮ ରନ୍‌ର ବଡ଼ ଟାର୍ଗେଟ ରଖିଥିଲା ଦକ୍ଷିଣ ଆଫ୍ରିକା। ଏହାର ଜବାବରେ ଭାରତ ୧୮.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୭୮ ରନ୍‌ କରିଥିଲା। ଅନ୍ୟପକ୍ଷେ ପ୍ରଥମ ଏବଂ ଦ୍ବିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭାରତ ପରାସ୍ତ କରିଥିଲା। ଫଳରେ ଭାରତ ୩ ମ୍ୟାଚ ବିଶିଷ୍ଟ ସିରଜ୍‌କୁ ୨-୧ରେ ବିଜୟୀ ହୋଇଛି। ବିସ୍ଫୋରକ ଶତକୀୟ ଇନିଂସ ପାଇଁ ରୁଷୋଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ ଭାବେ ବିବେଚନା କରାଯାଇଥିଲା।

 

Share