୨ ଲୁଟେରା କୋର୍ଟଚାଲାଣ

ବଇଣ୍ଡା,୬।୯(ଡି.ଏନ.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ବଡ଼ଡଙ୍ଗିଆଣୀ ଗ୍ରାମରେ ଗୁରୁବାର ବନ୍ତଳା ଥାନା ଖାଲଙ୍ଗା ଗ୍ରାମର ପ୍ରିତିରଞ୍ଜନ ସାହୁଙ୍କଠାରୁ ଲୁଟ୍‌ କରୁଥିବାବେଳେ ଗ୍ରାମବାସୀଙ୍କ ଦ୍ୱାରା ବୁଦୁଲିମୁଣ୍ଡା ଗ୍ରାମର ଧରାପଡ଼ିଥିବା ୪ ଲୁଟେରାଙ୍କ ମଧ୍ୟରୁ ୨ ଜଣ ଲୁଟେରାଙ୍କୁ ଶୁକ୍ରବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବୁଦୁଲିମୁଣ୍ଡା ଗ୍ରାମର ଚନ୍ଦନ ସେଠୀ ଓ ରବିନ୍ଦ୍ର ବେହେରା। ଏ ନେଇ ନଂ. ୧୫୩/୧୯ରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ କହିଛି, ପ୍ରିତିରଞ୍ଜନ ଏକ ବିଦ୍ୟୁତ ଠିକାସଂସ୍ଥାରେ କାମ କରୁଥିବାବେଳେ ଗୁରୁବାର ନାକିଚି ଅଭିମୁଖେ ଆସୁଥିଲେ। ସେହି ସମୟରେ ୨ଟି ବାଇକ ଯୋଗେ ୫ ଜଣ ଲୁଟେରା ପ୍ରିତିରଞ୍ଜନଙ୍କଠାରୁ ଲୁଟ୍‌ ଉଦ୍ୟମ କରୁଥିବାବେଳେ ୪ ଜଣ ଲୁଟେରା ଗ୍ରାମବାସୀଙ୍କ ଦ୍ୱାରା ଧରା ପଡ଼ିଯାଇଥିଲେ। ଆଉ ୨ ଲୁଟେରାଙ୍କୁ ଅଟକ ରଖାଯାଇ ପଚରାଉଚାରା ଚାଲିଛି।