୨ ରାଜପଥ ଲୁଟେରା ଗିରଫ

ବାଲେଶ୍ୱର ଅଫିସ, ୧୮।୧୦-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ୧୬ନଂ. ଜାତୀୟ ରାଜପଥର ଫୁଲାଡ଼ି ଛକରେ କେତେକ ଅସାମାଜିକ ଯୁବକ ବୁଧବାର ରାତି ୧୦ଟା ବେଳେ ବିଭିନ୍ନ ଯାନବାହନକୁ ଅଟକାଇ ଲୁଟତ୍‌ରାଜ ଚଳାଇଥିଲେ। ଖବରପାଇ ସବ୍‌ଇନ୍ସପେକ୍ଟର ବିରଞ୍ଚତ୍ ସାହୁ ଓ ଏଏସ୍‌ଆଇ ଚନ୍ଦ୍ରଶେଖର ଦେହୁରୀଙ୍କ ସହ ଏକ ଟିମ୍‌ ପହଞ୍ଚତ୍ ସେଠାରେ ଏସ୍‌. କେ. ମାମୁଦ (୨୪) ନାମକ ଯୁବକଙ୍କୁ ଗିରଫ କରିଥିଲେ। ମାମୁଦଙ୍କ ଘର ଅରଡ଼ବଜାରସ୍ଥିତ ଗୋଳାପୋଲ ଅଞ୍ଚଳରେ। ତାଙ୍କଠାରୁ ୭.୬୫ ଏମ୍‌ଏମ୍‌ ବନ୍ଧୁକ ସହ ୨ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ମାମୁଦଙ୍କ ବୟାନକୁ ଭିତ୍ତି କରି ପୋଲିସ ଗୁରୁବାର ପୂର୍ବାହ୍ନରେ ଅରଡ଼ବଜାରସ୍ଥିତ ଗୋଳାପୋଲ ଅଞ୍ଚଳର ରିଣ୍ଟୁ ତରେଇ (୩୦)ଙ୍କୁ ଗିରଫ କରିଛି। ତାଙ୍କଠାରୁ ମଧ୍ୟ ଗୋଟିଏ ୭.୬୫ ଏମ୍‌ଏମ୍‌ ବନ୍ଧୁକ ଓ ନଗଦ ୧୮ଶହ ଟଙ୍କା ଜବତ ହୋଇଥିବା ଗୁରୁବାର ସନ୍ଧ୍ୟାରେ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଥାନାଧିକାରୀ ପରେଶ ରାଉତ ସୂଚନା ଦେଇଛନ୍ତି।
ଦୀର୍ଘଦିନ ଧରି ରୂପ୍‌ସାଠାରୁ ସୋର ପର୍ଯ୍ୟନ୍ତ ୧୬ନଂ. ଜାତୀୟ ରାଜପଥରେ ଏକ ଗ୍ୟାଙ୍ଗ ଲୁଟ୍‌ତରାଜ, ଡକାୟତି, ଛିନ୍‌ତାଇ ଭଳି କାର୍ଯ୍ୟରେ ଲିପ୍ତ ରହିଥିଲେ। ଏହି ଗ୍ୟାଙ୍ଗର ୨ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ନୂଆବଜାର ଅଞ୍ଚଳର ମୁନା ସେଠୀ, ଯାଦବପୁର ଅଞ୍ଚଳର ହାତି, ଅରଡ଼ବଜାରର ଏସ୍‌.କେ. କୁର୍ବାନ ଫେରାର ଥିବା ପୋଲିସ ସୂଚନା ଦେଇଛି। ଏ ନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ମାମଲା (ନଂ. ୩୧୯/୧୯) ରୁଜୁ ହେବା ସହ ଦଫା ୩୯୫ ଆଇପିସି ୨୫/୨୭ ଆର୍ମ ଆକ୍ଟରେ ଅଭିଯୁକ୍ତ ଏସ୍‌.କେ. ମାମୁଦ ଓ ରିଣ୍ଟୁ ତରେଇଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ମାମୁଦଙ୍କ ନାମରେ ସହଦେବଖୁଣ୍ଟା ଥାନାରେ ୨୦୧୩ ମସିହାରୁ ମାମଲା (ନଂ. ୧୪୪/୧୩, ୧୮୩/୧୩, ୩୩୬/୧୩, ୧୫୦/୧୫, ୧୫୧/୧୫, ୭୩/୧୮, ୨୧୧/୧୮, ୨୪୨/୧୮, ୨୧୬/୧୯) ରହିଛି। ରିଣ୍ଟୁ ତରେଇ ମଧ୍ୟ ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ଥାନା ପକ୍ଷରୁ ଜଣାପଡିଛି।