୨ ରଣା ସାପ ଉଦ୍ଧାର

ଉଦଳା,୧୫ା୧୧(ଡି.ଏନ୍‌.ଏ.)- ଉଦଳା ବନାଞ୍ଚଳ ଅଧୀନ ରାଇଦାଣ୍ଡିଆ ଗ୍ରାମର ପୀତାମ୍ବର ବେହେରାଙ୍କ ଘରୁ ଶୁକ୍ରବାର ୨ଟି ରଣା ସାପ ଉଦ୍ଧାର ହୋଇଛି ା ଉଦ୍ଧାର ସାପ ଦୁଇଟିକୁ ଶିମିଳିପାଳରେ ଛଡ଼ାଯାଇଛି । ପୀତାମ୍ବରଙ୍କ ଶୋଇବା ଘର ଖଟତଳେ ସାପ ଥିବା ଦେଖି ପରିବାର ଲୋକେ ସ୍ନେକ ଲାଇଫ୍‌ ଲାଇନ୍‌ ସଦସ୍ୟ ଅଭିଜିତ୍‌ ବେହେରାଙ୍କୁ ଯୋଗାଯୋଗ କରିଥିଲେ। ସେ ପହଞ୍ଚି ରଣାସାପ ୨ଟିକୁ ଉଦ୍ଧାର କରିଥିଲେ। ଗୋଟିଏ ସାପର ଲମ୍ବ ସାଢେ ୫ ଫୁଟ୍‌ ରହିଥିବା ବେଳେ ଅନ୍ୟଟି ୫ ଫୁଟର ବୋଲି ଜଣାପଡ଼ିଛି।