୨ ମାସ ହେଲା ଝିଅ ପତ୍ତା ମିଳୁନି; ହତ୍ୟା ସନ୍ଦେହ: ଥାନାରେ ଅଭିଯୋଗ କଲେ ମା’

ବୁଗୁଡ଼ା,୨ା୧୦(ଡି.ଏନ.ଏ.)-ବୁଗୁଡ଼ା ଥାନା ଅଞ୍ଚଳରେ ଜଣେ ଝିଅଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ନେଇ ମା’ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ପୋଲିସ କହିଛି।
ଥାନା ପୁରୁଣାପାଣି କେଶର ଗ୍ରାମର ଦୁଃଖା ଗୌଡ଼ଙ୍କ ଝିଅ ଶୁଭଶ୍ରୀ ସେପ୍ଟେମ୍ବର ୧୭ ତାରିଖରେ ଭଗବାନପୁର ଗ୍ରାମରେ ବିନା ଯୌତୁକରେ ବିବାହ ହୋଇଥିଲା। କିନ୍ତୁ ପରେ ତାଙ୍କ ଶ୍ୱଶୁର ଘର ଲୋକେ ୨ ଲକ୍ଷ ଟଙ୍କା ସହ ସୁନାମୁଦି ଓ ଚେନ ଦାବି କରି ବୋହୂ ଶୁଭଶ୍ରୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ। ତେଣୁ ଶୁଭଶ୍ରୀଙ୍କ ବାପା ଦୁଇ ମାସ ମଧ୍ୟରେ ଏସବୁ ଦେବେ ବୋଲି କହିଥିଲେ । କିନ୍ତୁ ଏଥିରେ ଶ୍ୱଶୁର ଘର ଲୋକେ ରାଜି ନ ହୋଇ ଶୁଭଶ୍ରୀଙ୍କୁ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରେ ସେପ୍ଟେମ୍ବର ୧୮ ତାରିଖରେ ତୁମ ଝିଅ ୨ ମାସ ହେଲା କୁଆଡ଼େ ଚାଲି ଯାଇଛି ବୋଲି ଜ୍ୱାଇଁ ଫୋନରେ ଶୁଭଶ୍ରୀଙ୍କ ମା’ଙ୍କୁ କହିଥିଲେ। ଅନ୍ୟ ପଟେ ଶୁଭଶ୍ରୀ ତାଙ୍କ ମା’ଙ୍କୁ ଫୋନ କରୁନାହାନ୍ତି କି ଜ୍ୱାଇଁଙ୍କୁ ଫୋନ କଲେ ସେ ଉଠାଉ ନାହାନ୍ତି। ତେଣୁ ଝିଅକୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ସନ୍ଦେହ କରି ଶୁଭଶ୍ରୀଙ୍କ ମା’ ବୁଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି ।