୨ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର: ଶ୍ୟାମାମଣି, ଉପେନ୍ଦ୍ରଙ୍କୁ ‘କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ସମ୍ମାନ’

ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ନୃତ୍ୟ, ସଙ୍ଗୀତ ଓ ନାଟ୍ୟକଳା କ୍ଷେତ୍ରରେ ବିଶେଷ ଅବଦାନ ତଥା ଆଜୀବନ ସାଧନା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୧୭ ଏବଂ ୨୦୧୮ ମସିହା ନିମନ୍ତେ ଏକାଡେମୀର ସର୍ବୋଚ୍ଚ କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ସମ୍ମାନ ଏବଂ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ବୁଧବାର ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କ୍ରମରେ ୨୦୧୭ ଲାଗି କଟକର ବିଶିଷ୍ଟ ଓଡ଼ିଶୀ କଣ୍ଠସଙ୍ଗୀତ ଶିଳ୍ପୀ ଡ. ଶ୍ୟାମାମଣି ଦେବୀ ଏବଂ ୨୦୧୮ ନିମନ୍ତେ ଗଞ୍ଜାମର ପ୍ରଖ୍ୟାତ ଦାସକାଠିଆ ଶିଳ୍ପୀ ଉପେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ।
ଏହି ଅବସରରେ ୨୦୧୭ ଏବଂ ୨୦୧୮ ଦୁଇବର୍ଷ ପାଇଁ ଏକାଡେମୀ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୧୭ ଲାଗି ଓଡ଼ିିଶୀ କଣ୍ଠସଙ୍ଗୀତରେ ଶାନ୍ତିଲତା ବାରିକ ଛୋଟରାୟ, ହିନ୍ଦୁସ୍ତାନୀ କଣ୍ଠସଙ୍ଗୀତରେ ଅଳକା ଚାନ୍ଦ, ଯନ୍ତ୍ରସଙ୍ଗୀତ-ସୁଶୀର/ତାରରେ ରବିଶଙ୍କର ପ୍ରଧାନ, ଯନ୍ତ୍ରସଙ୍ଗୀତ-ଆନଦ୍ଧ ବାଦ୍ୟରେ କାଳନ୍ଦୀ ଚରଣ ପରିଡ଼ା, ସୁଗମ ସଙ୍ଗୀତରେ ଡ. ସୁଧା ମିଶ୍ର, ଲୋକବାଦ୍ୟରେ ଆଲୋକ ପ୍ରକାଶ ଦାସ, ଲୋକସଙ୍ଗୀତରେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ନାଟ୍ୟ ରଚନାରେ ହେମେନ୍ଦ୍ର ମହାପାତ୍ର, ଅଭିନୟରେ ବୃନ୍ଦାବନ ବାରିକ ଓ ବିଦ୍ୟୁତ୍‌ପ୍ରଭା ପଟ୍ଟନାୟକ, ନିର୍ଦ୍ଦେଶନା କ୍ଷେତ୍ରରେ ପ୍ରସନ୍ନ ମିଶ୍ର, ମଞ୍ଚକଳାରେ ଅନ୍ତର୍ଯ୍ୟାମୀ ପଣ୍ଡା, ଓଡ଼ିଶୀ ନୃତ୍ୟରେ ବ୍ରଜକିଶୋର ମଲ୍ଲିକ, ଲୋକନୃତ୍ୟରେ ନୀଳକଣ୍ଠ ତରେଇ, ଲୋକନାଟ୍ୟରେ ଡ. କେଶରଞ୍ଜନ ପ୍ରଧାନ, ଗୀତି-କବିତାରେ ମୀନାକ୍ଷୀ ଦେବୀଙ୍କୁ ଏକାଡେମୀ ସମ୍ମାନ ଦିଆଯାଇଥିଲା। ସେହିଭଳି ୨୦୧୮ ଲାଗି ଓଡ଼ିଶୀ କଣ୍ଠସଙ୍ଗୀତରେ ସୀମାଞ୍ଚଳ ଦାସ, ହିନ୍ଦୁସ୍ତାନୀ କଣ୍ଠସଙ୍ଗୀତରେ ହରିହର ରଥ, ଯନ୍ତ୍ର ସଙ୍ଗୀତ-ସୁଶୀର/ତାରରେ ରମେଶ ଚନ୍ଦ୍ର ଦାସ, ଯନ୍ତ୍ର ସଙ୍ଗୀତ-ଆନଦ୍ଧ ବାଦ୍ୟରେ ରାଧାକାନ୍ତ ନନ୍ଦ, ସୁଗମ ସଙ୍ଗୀତରେ ଗୀତା ଦାଶ, ଲୋକବାଦ୍ୟରେ ସନ୍ତୋଷ ସୁନା, ଲୋକସଙ୍ଗୀତରେ ବୀଥିକା ଚାଟ୍ଟାର୍ଜୀ, ନାଟ୍ୟ ରଚନାରେ ଡ. ସୁଧାଂଶୁ ନାୟକ, ଅଭିନୟରେ ନିରଞ୍ଜନ ସାହୁ ଓ ଲକ୍ଷ୍ମୀପ୍ରିୟା ମିଶ୍ର, ନାଟ୍ୟ ନିର୍ଦ୍ଦେଶନାରେ ହରେନ ସାହୁ, ମଞ୍ଚକଳାରେ ସଂଗ୍ରାମ କେଶରୀ ମହାରଣା, ଓଡ଼ିଶୀ ନୃତ୍ୟରେ ମୀରା ଦାସ, ଲୋକନୃତ୍ୟରେ ମାଗୁଣି ଜେନା, ଲୋକନାଟ୍ୟରେ ବିଜୟ କୁମାର ବହଳି ଏବଂ ଗୀତି-କବିତାରେ ବଦ୍ରି ମିଶ୍ରଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ସମ୍ମାନ ବାବଦରେ ୧ଲକ୍ଷ ଟଙ୍କା ଏବଂ ଏକାଡେମୀ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri