Posted inଖେଳ

୨ ବର୍ଷ ପରେ ସେମିରେ ମରେ

ଆଣ୍ଟରେପ(ବେଲଜିୟମ), ୧୯।୧୦(ଏଏଫ୍‌ପି)- ପୂର୍ବତନ ୧ ନମ୍ବର ଖେଳାଳି ବ୍ରିଟେନ ଆଣ୍ଡି ମରେ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୭ ଫ୍ରେଞ୍ଚ୍‌ ଓପନ୍‌ରେ ସେ ଶେଷଥର ପାଇଁ ସେମିଫାଇନାଲକୁ ଉଠିଥିଲେ। ୩୨ ବର୍ଷୀୟ ମରେ ୟୁରୋପିଆନ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟରେ ୯୨ ନମ୍ବର ଖେଳାଳି ରୋମାନିଆର ମାରିଅସ୍‌ କୋପିଲଙ୍କୁ କ୍ୱାର୍ଟର ଫାଇନାଲରେ ୬-୩, ୬-୭, ୬-୪ ସେଟରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେମିରେ ମରେ ବିଶ୍ୱର ୭୦ ନମ୍ବର ଖେଳାଳି ଫ୍ରାନ୍ସର ଉଗୋ ହୁମ୍ବର୍ଟଙ୍କୁ ଭେଟିବେ। ହୁମ୍ବର୍ଟ ଅନ୍ୟଏକ କ୍ୱାର୍ଟରଫାଇନାଲରେ ପଞ୍ଚମ ସିଡ ଆର୍ଜେଣ୍ଟିନାର ଗୁଇଡୋ ପେଲାଙ୍କୁ ୫-୭, ୬-୪, ୬-୪ ସେଟରେ ହରାଇ ସେମିକୁ ଉଠିଛନ୍ତି।
ସେହିପିର ବିଶ୍ୱର ୧୧୯ ନମ୍ବର ଖେଳାଳି ଇଟାଲୀର ସ୍ବଳ୍ପ ବୟସ୍କ ଖେଳାଳି ଜାନ୍ନିକ ସିନର ଗତ ୫ ବର୍ଷ ମଧ୍ୟରେ ସର୍ବକନିଷ୍ଠ ଖେଳାଳିଭାବେ କୌଣସି ଏଟିପି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୧୮ ବର୍ଷୀୟ ସିନର ଆମେରିକାର ଫ୍ରାନ୍‌ସେସ୍‌ ଟିଆଫୋଙ୍କୁ ୬-୪, ୩-୬, ୬-୩ ସେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୂର୍ବରୁ ୨୦୧୪ରେ ବୋର୍ନା କୋରିକ ସର୍ବ କନିଷ୍ଠ ଖେଳାଳିଭାବେ ୧୭ ବର୍ଷରେ ବାସେଲରେ ସେମିଫାଇନାଲରେ ପ୍ରବେଶ କରିଥିଲେ। ସେମିରେ ସେ ୩ଥର ଚାମ୍ପିୟନ ହୋଇଥିବା ଚତୁର୍ଥ ସିଡ ସୁଇଜରଲାଣ୍ଡର ଷ୍ଟାନିସ୍‌ଲାସ ଓ୍ବାରିଙ୍କାଙ୍କୁ ଭେଟିବେ। ଓ୍ବାରିଙ୍କା ଅନ୍ୟଏକ କ୍ୱାର୍ଟରଫାଇନାଲରେ ଫ୍ରାନ୍ସର ଗାଏଲ ମନଫିଲ୍ଡଙ୍କୁ ୬-୩, ୬-୭, ୬-୨ ସେଟରେ ପରାସ୍ତ କରି ସେମିକୁ ଉଠିଛନ୍ତି। ଓ୍ବାରିଙ୍କାଙ୍କୁ ହରାଇଲେ ସିନର ସର୍ବକନିଷ୍ଠ ଏଟିପି ଫାଇନାଲିଷ୍ଟ ହେବେ। ପୂର୍ବରୁ ୨୦୦୮ରେ ଜାପାନର ଡେଲରେ ବିଚ୍‌ ସର୍ବକନିଷ୍ଠ ଖେଳାଳିଭାବେ ଏଟିପି ଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri