Categories: ଜାତୀୟ

୨ ବର୍ଷରେ ଜଙ୍ଗଲ ବଢ଼ିଛି ୫ ହଜାର ୧୮୮ ବର୍ଗ କିମି

ନୂଆଦିଲ୍ଲୀ,୩୦।୧୨: ଗତ ୨ ବର୍ଷ ମଧ୍ୟରେ ଦେଶର ଜଙ୍ଗଲ ୫ ହଜାର ୧୮୮କିମି ବଢ଼ିଛି। ସୋମବାର ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ୍‌ ରିପୋର୍ଟ-୨୦୧୯ ପ୍ରକାଶିତ କରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ଏହା ସୂଚନା ଦେଇଛନ୍ତି। ସେଥିମଧ୍ୟରେ ୩ ହଜାର ୯୭୬ର ଜଙ୍ଗଲ ପରିସୀମା ଥିବାବେଳେ ହଜାରେ ୨୧୨ ବର୍ଗ କିମିର ବୃକ୍ଷ ପରିସୀମା ରହିଛି। ତେବେ ଆସାମ, ତ୍ରିପୁରା ଆଦି ଉତ୍ତରପୂର୍ବ ରାଜ୍ୟରେ ଜଙ୍ଗଲ ପରିସୀମା କମିଥିବା ରିପୋର୍ଟରେ ଦର୍ଶାଯାଇଛି। ଏସବୁ ଅଞ୍ଚଳରେ ୨୦୧୭ଠାରୁ ଗତ ୨ ବର୍ଷ ମଧ୍ୟରେ ୭୬୫ ବର୍ଗ କିମି ଜଙ୍ଗଲ ନଷ୍ଟ ହୋଇଛି। ଇତିମଧ୍ୟରେ ଦେଶର ସୁନ୍ଦରୀବନ ୫୪ ବର୍ଗ କିମି ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି।

Share