୨ ବଖରା ଜଳିଗଲା

ବାହାନଗା, ୨୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତର ୮ନମ୍ବର ୱାର୍ଡରେ ଅଗ୍ନିକାଣ୍ଡ ଘଟି ନନ୍ଦକିଶୋର ପ୍ରଧାନଙ୍କର ୨ବଖରା ସମେତ ତାଙ୍କର ଏକ ଦୋକାନ ଘର ପୋଡିପାଉଁଶ ହୋଇଯାଇଛି। ନନ୍ଦକିଶୋରଙ୍କ ଘର ଉପର ଦେଇ ବିଦ୍ୟୁତ ତାର ଯାଇଥିବା ବେଳେ ପବନ ହେବାର ସଟ୍‌ସର୍କିଟ ଯୋଗୁ ଚାଳଛପର ଘର ଉପରେ ନିଆଁ ପଡିଯାଇଥିବା ଅନୁମାନ କରାଯାଉଛି। ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଓ ଧାନ ଚାଉଳ ପୋଡି କ୍ଷୟକ୍ଷତି ହୋଇଛି।