୨ ପିକ୍‌ଅପ୍‌ ସହ ୪୦୦ କେଜି ଗଞ୍ଜେଇ ଜବତ, ୫ ଗିରଫ

ଜି.ଉଦୟଗିରି/ଶଙ୍କରାଖୋଲ,୨୨ା୪(ଡି.ଏନ.ଏ.)- ଲକ୍‌ଡାଉନର ସୁଯୋଗ ନେଇ ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନରେ ଗଞ୍ଜେଇ ଚାଲାଣ ବେଳେ ଚକାପାଦ ପୋଲିସ ଦୁଇଟି ପିକଅପ୍‌ ଭ୍ୟାନକୁ ଜବତ କରିଛି। ସେଥିରୁ ୪୦୦ କେଜି ଗଞ୍ଜେଇ ଓ ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରି ୫ଜଣଙ୍କୁ ଗିରଫ କରାଯାଇଥିବା ଜି.ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରା କହିଛନ୍ତି। ସେମାନେ ହେଲେ ଆଠଗଡ ତିଗିରିଆ ଅଞ୍ଚଳର ଏମ୍‌ ଡି ଆସବୁଲା, ଓସମାନ ଖାଁ, ଲଖନ ଖାଁ, କାହ୍ନୁ ଚରଣ ବର୍ଦ୍ଧନ ଓ ଶରତ ସାହାଣୀ।
ସୂଚନା ପ୍ରକାରେ ଫିରିଙ୍ଗିଆ ଅଞ୍ଚଳରୁ ଦୁଇଟି ପିକଅପ୍‌ ଭ୍ୟାନରେ ତଳେ ଗଞ୍ଜେଇ ବସ୍ତା ଓ ତା’ଉପରେ ବାଇଗଣ ବସ୍ତା ରଖି ତିଗିରିଆ ଆଠଗଡର ୫ ଜଣ ଗ୍ରାମ ଅଭିମୁଖେ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ଚକାପାଦ ପୋଲିସ ସେମାନଙ୍କୁ ରୂପାଗଁା ଠାରୁ ପିଛା କରିଥିଲା। ପୋଲିସ ଗାଡିକୁ ଦେଖି ସେମାନେ ଦ୍ରୁତଗତିରେ ପଳାଉଥିବାବେଳେ ଚକାପାଦ ବଙ୍ଗଳା ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ଗୋଟିଏ ଭ୍ୟାନ୍‌ ପିଟିହୋଇ ରାସ୍ତା ତଳକୁ ଖସି ପଡିଥିଲା। ଚକାପାଦ ପୋଲିସ ପହଞ୍ଚତ୍ ଗାଡି ଦୁଇଟିକୁ ଜବତ କରିବା ସହିତ ଯାଞ୍ଚବେଳେ ସେଥିରୁ ୪୦୦ କେଜି ଗଞ୍ଜେଇ ଓ ଅଢେଇ ଲକ୍ଷ ଟଙ୍କା ଜବତ କରିଥିଲା। ଗାଡିରେ ଥିବା ୫ ଜଣକୁ ଗିରଫ କରି ଚକାପାଦ ଥାନାରେ ନଂ.୧୮/୨୦ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁଥିବା ଥାନା ଅଧିକାରୀ ତରୁଣ ତପନ ବେହେରା କହିଛନ୍ତି।