୨ ଟ୍ରେନରେ ଫେରିଲେ ୯୬୭ ପ୍ରବାସୀ

ଖୋର୍ଦ୍ଧା ଅଫିସ,୨୭ା୫ : ଖୋର୍ଦ୍ଧ ରୋଡ ଷ୍ଟେଶନରେ ବୁଧବାର ୨ଟି ଟ୍ରେନରେ ୯୬୭ଜଣ ପ୍ରବାସୀ ଫେରିଛନ୍ତି। ଟ୍ରେନରୁ ସାମାଜିକ ଦୂରତା ବଜାୟ ରଖି ପ୍ଲାଟଫର୍ମରୁ ବାହାରିବା ପରେ ସମସ୍ତଙ୍କ ଥର୍ମାଲ ସ୍କ୍ରିର୍ନିଂ, ପଞ୍ଜୀକରଣ, ହାତରେ ଷ୍ଟାମ୍ପ ଲଗାଯାଇ ସ୍ବତନ୍ତ୍ର ବସରେ ନିଜ ଜିଲାକୁ ପଠାଇ ଦିଆଯାଇଛି ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ମଦୁରାଇରୁ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ ସକାଳ ୬ଟାରେ ଷ୍ଟେସନରେ ପହଞ୍ଚତ୍ଛି। ଏହି ଟ୍ରେନରେ ୧୭ ଜିଲାର ୫୨୧ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ଅନୁଗୋଳ ୪୫, ବରଗଡ ୭, ବଲାଙ୍ଗୀର ୬୪, ବୌଦ୍ଧ ୪୭, କଟକ ୫୧, ଦେଓଗଡ ୨୪, ଢେଙ୍କାନାଳ ୬, ଜଗତ୍‌ସିଂହପୁର ୧୮, ଝାରସୁଗୁଡା ୩, କେନ୍ଦୁଝର ୨୬, ଖୋର୍ଦ୍ଧା ୫୨, ନୟାଗଡ ୮୬, ନୂଆପଡ଼ା ୫, ପୁରୀ ୪୯, ସମ୍ବଲପୁର ୬, ସୁବର୍ଣ୍ଣପୁର ୧୪ ଏବଂ ସୁନ୍ଦରଗଡ଼ ୧୮ଜଣ ରହିଛନ୍ତି। ସେହିପରି ସୁରଟରୁ ଆସିଥିବା ଟ୍ରେନ(ନଂ୦୯୩୬୯) ଅପରାହ୍ନ ୩ଟାରେ ଷ୍ଟେଶନରେ ପହଞ୍ଚତ୍ଛି। ଏହି ଟ୍ରେନରେ ୫ଟି ଜିଲାର ୪୪୬ଜଣ ଫେରିଛନ୍ତି। ଏମାନଙ୍କ ମଧ୍ୟରେ କଟକ୨, ଗଞ୍ଜାମ୨୦୬, ଖୋର୍ଦ୍ଧା ୮୩, ନୟାଗଡ ୯୪ ଏବଂ ପୁରୀରୁ ୬୧ଜଣ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ବାଇକରେ ଯାଉଥିବାବେଳେ ବ୍ୟକ୍ତିଙ୍କ ଉପରେ ଚଢିଗଲା ଟ୍ରକ୍‌, ଘଟଣାସ୍ଥଳରେ…

ବାଣପୁର,୨୫।୩ (ଦିଲ୍ଲୀପ କୁମାର ସ୍ବାଇଁ ): ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍‌ ଚକା ତଳେ ଚାପି ହୋଇ ଚାଲିଗଲା ଜୀବନ। ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ…

ଦୋକାନ ଭିତରେ ଜିଅନ୍ତା ଜଳିଗଲେ ବାପ-ପୁଅ, ଶୋଇଥିବାବେଳେ ଘଟିଲା…

ଖୋର୍ଦ୍ଧା,୧୫ା୩(ପ୍ରଭାତ ପାଣିଗ୍ରାହୀ): ବୋଲଗଡ଼ ବ୍ଲକ ସାନପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ସକାଳୁ ଦୋକାନରେ ଶୋଇଥିବା ବେଳେ ଜିଅନ୍ତା ଜଳି ଯାଇଛନ୍ତି ବାପ-ପୁଅ। ସୂଚନା…

ଡିକିରୁ ନେଇଗଲେ ୬୦ ଗ୍ରାମ ସୁନା, ୧ ଲକ୍ଷ ୪୪ ହଜାର ଟଙ୍କା

ବାଲୁଗାଁ: ଖୋର୍ଦ୍ଧା ଜିଲା ବାଲୁଗାଁ ଇଞ୍ଜନପୁର ଛକରେ ଗୁରୁବାର ଏକ ବଡ଼ ଧରଣର ଳୁଟ ହୋଇଛି। ୩ଜଣ ଦୁବୃର୍ତ୍ତ ଜଣେ ସ୍କୁଟି ଚାଳକଙ୍କୁ ଅଟକାଇ ସ୍କୁଟି ଡିକିରେ…

ପାସେଞ୍ଜର ଅଟୋକୁ ଧକ୍କା ଦେଲା କାର୍‌: ଆଉ ତା’ପରେ…

ଜଟଣୀ,୯।୩: ପିପିଲି-ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାସେଞ୍ଜର ଅଟୋକୁ ଧକ୍କା ଦେଇଛି କାର। ଦୁର୍ଘଟଣାରେ ପାସେଞ୍ଜର ଅଟୋ ଚାଳକଙ୍କ ମୃତ୍ୟୁ…

ଜଳୁଛି ଜାଗୁଳାଇପାଟଣା ଜଗନ୍ନାଥ ମନ୍ଦିର ପଛପଟ ଜଙ୍ଗଲ, ପହଞ୍ଚିଲା ଅଗ୍ନିଶମ ବିଭାଗ

ଖୋର୍ଦ୍ଧା,୩।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଜାଗୁଳାଇ ପାଟଣା ଜଗନ୍ନାଥ ମନ୍ଦିର ପଛ ପଟେ ଥିବା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri