Categories: ରାୟଗଡା

୨ ଗାଡ଼ିରୁ ଜବତ ହେଲା ୧୮୭ କେଜି ଗଞ୍ଜେଇ: ବିହାରର ୨, ଉତ୍ତରପ୍ରଦେଶର ଗିରଫ

ମାଲକାନଗିରି/ଗୋବିନ୍ଦପାଲି, ୩।୬(ଡି.ଏନ୍‌.ଏ./ସ୍ବ.ପ୍ର.)
ମାଲକାନଗିରି ଜିଲା ମାଥିଲି ଥାନା ପୋଲିସ ରବିବାର ରାତିରେ ଗୋବିନ୍ଦପାଲି ଛକରେ ଯାଞ୍ଚ କରିବାବେଳେ ଦୁଇଟି ଗାଡିରୁ ୧୮୭କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ ପରେ କାର୍ଟ ଚାଲାଣ କରାଯାଇଛି ବୋଲି ମାଲକାନଗିରି ଏସ୍‌ପି ଜଗମୋହନ ମୀନା ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ରବିବାର ରାତିରେ ମାଥିଲି ଆଇଆଇସି ଜନ କୁଜୁର ଏବଂ ଅନ୍ୟ କର୍ମଚାରୀ ଗୋବିନ୍ଦପାଲ୍ଲୀ ଛକରେ ଯାନବାହାନ ଯାଞ୍ଚ କରୁଥିଲେ। ଏହି ସମୟରେ ଗୋଟିଏ ମାରୁତି ଓମନିରୁ ୮୧ କେଜି ଗଞ୍ଜେଇ ମିଳିଥିଲା। ଗାଡିରେ ଥିବା ବିହାର ଭେଲଡି ଗ୍ରାମର ମୋହନ ନାଥ(୪୯) ଓ ଶ୍ୟାମସୁନ୍ଦର ପାଠକ(୭୩)ଙ୍କୁ ପୋଲିସ ଗିରଫ କରିଛି। ମାଥିଲି ଥାନା କେସ୍‌ ନଂ ୯୬/୧୯ ଅନୁଯାୟୀ ସୋମବାର ଏହି ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାପରେ ମଧ୍ୟ ପୋଲିସର ତଲାସି ଜାରି ରହିଥିବାବେଳେ କିଛି ସମୟ ପରେ ଅନ୍ୟ ଏକ ମାରୁତି ଡିଜାୟରରେ ୧୦୨ କେଜି ଗଞ୍ଜେଇ ମିଳିଥିଲା। ଏଥିରେ ସମ୍ପୃକ୍ତ ଉତ୍ତରପ୍ରଦେଶ ବାଲିଆ ଜିଲା ତାଲାବାଜରାୟ ଗ୍ରାମର ନିରଜ କୁମାର ସାହା (୧୯) ଓ ଭିଟାଲପୁର ଗ୍ରାମର ଧନଞ୍ଜୟ ସୋନୀ(୩୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।