୨ ଓଡ଼ିଶା କ୍ୟାଡର ଆଇଏଏସ୍‌ଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର,୨୧। ୧(ବ୍ୟୁରୋ): ଦୁଇ ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ ମିଳିଛି। ଏହି ଅଧିକାରୀମାନେ ହେଉଛନ୍ତି-୧୯୯୨ ବ୍ୟାଚ୍‌ର ଚନ୍ଦ୍ରଶେଖର କୁମାର ଏବଂ ୧୯୯୮ ବ୍ୟାଚ୍‌ର ବିଶାଲ ଗଗନ। କ୍ୟାବିନେଟ୍‌ ସେକ୍ରେଟାରିଏଟ୍‌ରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ଚନ୍ଦ୍ରଶେଖର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟ କରିବେ। ସେହିଭଳି ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ସ୍ବତନ୍ତ୍ର ସଚିବ ଥିବା ବିଶାଲ ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବେ। ଗଗନଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ନୂତନ ନିଯୁକ୍ତି ମିଳିଥିବାରୁ ସେ ୫ ବର୍ଷ ପାଇଁ ଡେପୁଟେଶନରେ ଯିବେ। ତେଣୁ ସେ ଖୁବ୍‌ଶୀଘ୍ର ରାଜ୍ୟ ଦାୟିତ୍ୱରୁ ଅବ୍ୟାହତି ନେଇପାରନ୍ତି ବୋଲି ଜଣାପଡିଛି।